ଗଜପତି ଜିଲ୍ଲାରେ କାର୍ଯ୍ୟରତ ସ୍ବେଛାସେବୀ ସଂଠାନ “ସକାଳ” ପକ୍ଷରୁ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ବୁଧବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ କାର୍ଯ୍ୟରତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସକାଳ ଅନୁଷ୍ଠାନ ପକ୍ଷରୁସ୍ଥାନୀୟବ୍ଲକ ,ଅନ୍ତର୍ଗତ ,ଶିକୁଳିପଦର ଓ କର୍ଚ୍ଚବାଡି ପଞ୍ଚାୟତର ଅନୁଷ୍ଠାନର ସମ୍ପାଦକ ନଗେନ୍ଦ୍ର କୁମାର ନନ୍ଦୀଙ୍କ ତତ୍ତ୍ଵାବଧାନରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକୁଳିପଦର ପଞ୍ଚାୟତ ଅଧିନ ଅଶୋକା ଗ୍ରାମରେ ମା’ ଠାକୁରାଣୀ ଗ୍ରାମ୍ୟ ଉନ୍ନୟନ କମିଟି, ସ୍ଵୟଂ ସହାୟିକା ଗୋଷ୍ଠୀ ଓ ଗ୍ରାମର ସମସ୍ତ ସାଧାରଣ ଲୋକଙ୍କ ଉପସ୍ଥିତିରେ ଚାରା ରୋପଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ବେଲେଶ୍ଵର ପଞ୍ଚାୟତ ଉନ୍ନୟନ କମିଟୀର ସଭାପତି କାମରାଜ ବଳିଆର ସିଂ, ଆତ୍ମଶକ୍ତି ଟ୍ରଷ୍ଟର ଜିଲ୍ଲା ପରିଚାଳକ ଆଶିଷ ବେହେରା , ଦଳିତ ଆଦିବାସୀ ସେବକ ସଂଘର ଆଞ୍ଚଳିକ ସଂଯୋଜକ ପ୍ରଭାକର ସେଠୀ ଓ ସକାଳ ଅନୁଷ୍ଠାନର ପଞ୍ଚାୟତ ସଂଯୋଜକ ଯୋଗେନ୍ଦ୍ର ସ୍ଵାଇଁ ଯୋଗ ଦେଇ ଉପସ୍ଥିତ ସାଧାରଣ ଲୋକଙ୍କୁ ସଚେତନତା କରାଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ଗୌଡ।

Exit mobile version