ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ ସୋମବାର)ଭୁବନେଶ୍ୱର :- ରବିବାର ଦିନ ଭୁବନେଶ୍ୱରର କିଟ୍ କ୍ୟାମ୍ପସ୍-୭ ଠାରେ ଏକ ପ୍ରଥମ ଧରଣର ଶିକ୍ଷା ସମ୍ମିଳନୀ ‘ଏଡୁ-ମିଟ୍ ୨୦୨୨’ର ପ୍ରଥମ ସଂସ୍କରଣ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀକୁ କୋଲ୍କାତାର ବ୍ରିଟିଶ୍ ଡେପୁଟି ହାଇ କମିଶନ, ଡେପୁଟି ହେଡ୍ ଅଫ୍ ମିଶନ ୟେମି ଓଡାନ୍ୟେ, ଓଡିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ୍ ପୁଜାରୀ, ପୂର୍ବତନ ଭାରତୀୟ କ୍ରିକେଟର ଓ କ୍ରିକେଟ କମେନ୍ଟେଟର୍ ଅରୁଣ ଲାଲ, କିଟ୍ ଇଂଟରନ୍ୟାଶନାଲ ସ୍କୁଲ୍ର ଅଧ୍ୟକ୍ଷା ଡଃ ମୋନାଲିସା ବଳ, ଟ୍ରାନ୍ସଜେଣ୍ଡର୍ ରାଇଟ୍ସ ଆକ୍ଟିଭିଷ୍ଟ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ, ନ୍ୟାଶନାଲ କୋ-ଚେୟାର ଆଇଏନ୍ଡବ୍ଲ୍ୟୁଇସି ସୁକ୍ରିତି ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଛି । ଜଳବାୟୁ ପରିବର୍ତନ, ସାମାଜିକ ଶିକ୍ଷା ଆବଶ୍ୟକତା, ଲିଙ୍ଗଗତ ଭେଦଭାବ ଓ ଭାରତରେ କ୍ରୀଡାର ଭବିଷ୍ୟତ ଆଦି ଏଡୁ-ମିଟ୍ ୨୦୨୨ର ୪ଟି ମୁଖ୍ୟ ବିନ୍ଦୁ ଥିଲା ।
‘ଆସୋସିଏଶନ ଅଫ୍ ଲିଡର୍ସ ଇନ୍ ଏଜୁକେଶନ, ବ୍ରିଟିଶ୍ କାଉନ୍ସିଲ୍’, ‘ବୋପ୍ଟର୍’ ଓ ‘ନାସ୍କମ୍’ ସହ ସହଭାଗିତାରେ କ୍ୟାଣ୍ଡିଡ୍ କମ୍ୟୁନିକେଶନ ଦ୍ୱାରା ଆୟୋଜିତ ଏହି ଶିକ୍ଷା ସମ୍ମିଳନୀ ପୂର୍ବାଂଚଳ ଭାରତର ଏକ ପ୍ରମୁଖ ଶିକ୍ଷା ସମ୍ମିଳନୀ ବୋଲି ଦାବି କରାଯାଇଛି । ଏହି ସମ୍ମିଳନୀକୁ ସହଯୋଗୀ ଭାବେ ପାଥ୍ଫାଇଣ୍ଡର ପରିଚାଳନା କରିଥିବା ବେଳେ ବ୍ରଡ୍ବ୍ୟାଣ୍ଡ ପାର୍ଟନର ଭାବେ ଆଲିଆନ୍ସ ବ୍ରଡ୍ବ୍ୟାଣ୍ଡ, ସପୋର୍ଟିଂ ପାର୍ଟନର୍ ଭାବେ କିଟ୍ ଓ ୱେଲ୍ନେସ୍ ପାର୍ଟନର୍ ଭାବେ ସଞ୍ଜିବନ୍ ଆଦି ସାମିଲ ରହିଛନ୍ତି । ଏହି ସମ୍ମିଳନୀ ସମାଜର ବିଭିନ୍ନ ବିକାଶମୂଳକ ବିଚାରଧାରା ଉପରେ ଆଲୋଚନା କରିବା ଓ ତାହାକୁ ସମ୍ବୋଧିତ କରିବା ପାଇଁ ପ୍ରତ୍ୟେକ ପ୍ୟାନେଲରୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏକାଠି କରିଛି ।

ପ୍ରଥମ ପ୍ୟାନେଲ ‘ଗ୍ରୀନ୍ କ୍ଲାଇମେଟ୍ ଆଣ୍ଡ ଏଜୁକେଶନ-ଇମ୍ପାକ୍ଟସ୍, ପଲିସିଜ୍ ଆଣ୍ଡ୍ ଆକ୍ସନ୍ସ’ ଜଳବାୟୁ ପରିବର୍ତନ ସମ୍ପର୍କିତ ଚିନ୍ତାଗୁଡିକୁ ଉଠାଇଛନ୍ତି । ଏଥିରେ ଆଦିତ୍ୟ ପୁଣ୍ଡିର୍ (ଡାଇରେକ୍ଟର, ସାଉଥ୍ ଏସିଆ, ଦ କ୍ଲାଇମେଟ୍ ରିୟଲିଟି ଫାଉଣ୍ଡେଶନ), ଚିରଞ୍ଜିତ୍ ଚାଟର୍ଜୀ (ପ୍ରୋଗ୍ରାମ ଡାଇରେକ୍ଟର, ସାଉଥ୍ ଏସିଆନ୍ ଫର୍ ଏନ୍ଭାୟର୍ଣ୍ଣମେଂଟ୍- ସେଫ୍) ଓ ସାଇକ୍ରିଷ୍ଣା ମହାନ୍ତି (ସୋଲାର ଇନ୍ଫ୍ରାର ମ୍ୟାନେଜିଂ ପାର୍ଟନର୍ ଓ ଇସି ହେଡ୍ ଆଇଏନ୍ଡବ୍ଲ୍ୟୁଇସି) ପ୍ରମୁଖ ଯୋଗ ଦେଇଥିଲେ । ଏହାପରେ ଏକ ପ୍ୟାନେଲ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ‘ବାଳିକା ଶିକ୍ଷା, ଲିଙ୍ଗଗତ ସମାନତା ଓ ସ୍ୱତନ୍ତ୍ର ଶିକ୍ଷା’ ଉପରେ ମତ ରଖି ଲିଙ୍ଗଗତ ସମାନତାର ଗୁରୁତ୍ୱ ଓ ସମାବେଶୀ ଶିକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି ।
