ଓଡିଶା ତାଜା ନ୍ୟୁଜ୍ (୨୨ ମଇ, ଶୁକ୍ରବାର ) କଟକ,ଜଗତସିଂହପୁର ଜିଲ୍ଲା :- ଓଡିଶା ତାଜା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ଗରମ ପଞ୍ଚାୟତରେ ଜଣେ ବୃଦ୍ଧ ର ମୃତ୍ୟୁ କୁ ନେଇ ସନ୍ଦେହ ଜାତ ହୋଇଛି । ମୃତ ବୃଦ୍ଧ ଜଣକ କ୍ବାରେଣ୍ଟାଇନ୍ ସେଣ୍ଟର ଜଗୁଆଳି ଦାୟିତ୍ବରେ ଥିଲେ, ମିଳିଥିବା ସୂଚନା ଅନୁସାରେ ଗରମ ପଂଚାୟତ ର ଭଗବତୀ ହାଇସ୍କୁଲ କ୍ବାରେଣ୍ଟାଇନ ସେଣ୍ଟରର ଏହି ବୃଦ୍ଧ ଙ୍କୁ ଜଗୁଆଳି ଦାୟିତ୍ବରେ ନିଯୁକ୍ତ କରାଯାଇଥିଲା । ମୃତ ବୃଦ୍ଧ ଜଣକ ଗରମ ଗାଁର ଧର୍ମାନନ୍ଦ ପାଳ । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ବୃଦ୍ଧଙ୍କ ମୃତ୍ୟୁ କେମିିତି ହେଲା, ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ସୁସ୍ଥ ଥିବାଏହି ବୃଦ୍ଧ ଲୋକର ରାତି ସମୟରେ କେମିତି ମୃତ୍ୟୁ ହେଲା ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସନ୍ଦେହ ଜାତ କରିଚି, ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବୀ ହୋଇଛି । (ରିପୋର୍ଟ – ଲଷ୍ମୀଧର ଖୁଣ୍ଟିଆ )
odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
