ପାରଳାଖେମୁଣ୍ଡି : ପି.ଆର.ମ୍ୟୁଜିକ ଆନୁକୁଲ୍ୟରେ ଗଜପତି ଜିଲ୍ଲାର କଳାକାର ମାନଙ୍କୁ ନେଇ ପ୍ରସ୍ତୁତ ହେଲା ନୂଆକାଉଡ଼ିଆ ଭଜନ ର ସୁଟିଂ

ଓଡ଼ିଶା ତାଜା ନ୍ୟୁଜ୍/୨୬ ଜୁଲାଇ ମଙ୍ଗଳବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶିନଗର ବ୍ଲକ ଖାରଡା ଗ୍ରାମର ବାଲୁଙ୍କେଶ୍ଵର ବଲବମ ଗ୍ରୁପ’ର ଯୁବ ଓ ଶିଶୁ କଳାକାର ମାନଙ୍କୁ ନେଇ ପାରାଳାଖେମୁଣ୍ଡି ପିଆର-ମ୍ୟୁଜିକ ଷ୍ଡଡିଓ ‘ର ପ୍ରଶାନ୍ତ ପଟନାୟକ’ଙ୍କ ନିର୍ଦ୍ଦେଶନା’ରେ ପ୍ରସ୍ତୁତ ହୋଇ ଯାଇଛି ଏକ ରଙ୍ଗାରଙ୍ଗ ବୋଲବମ ଡେନ୍ସ ଆଲବମ l ଏଥିରେ ଖାରଡା-କାଶୀନଗର ମୁଖ୍ୟ ରାସ୍ତା , ଶ୍ରୀ ଚନ୍ଦ୍ରଶେଖର ମନ୍ଦିର ଓ ନିକଟସ୍ଥ ପୋଖରୀ , ପାହାଡ଼ ତଳିଆ ଜମି ସମେତ ବିଭିନ୍ନ ସ୍ଥାନରେ ଥିବାଆକର୍ଷଣୀୟ ମନୋରମ ପ୍ରାକୃତିକଦୃଶ୍ୟସ୍ଥଳୀମାନଙ୍କ’ରେ ପ୍ରସ୍ତୁତ ହୋଇଛି l

ଏ ସମ୍ପର୍କରେ “ପିଆର-ମ୍ୟୁଜିକ” ଷ୍ଟଡିଓ’ର ଶ୍ରୀ କୃଷ୍ଣ କୁମାର ବେହେରା କହିଛନ୍ତି ଯେ , ଖାରଡା ଗ୍ରାମ’ର ଉତ୍ସାହି ଯୁବ ଓ ଶିଶୁ କଳାକାର ମାନେ ଏହି ବୋଲବମ ଡେନ୍ସ ଆଲବମ ସୁଟିଙ୍ଗ’ରେ ସାମିଲ ହୋଇଛନ୍ତି l ଏଥିରେ ପିଆର-ମ୍ୟୁଜିକ’ର ପ୍ରଶାନ୍ତ ପଟନାୟକ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଏହା ଅତିଶୀଘ୍ର ରିଲିଜ ହେବ କହିଥିଲେ ସେହିଭଳି ଖାରଡା ଗ୍ରାମ ସ୍ଥିତବାଲୁଙ୍କେଶ୍ଵର ବୋଲବମ ଗ୍ରୁପ’ର ଉତ୍ସାହି ଯୁବ କଳାକାର ଶ୍ରୀ ରାଜା ପଟନାୟକ କହିଛନ୍ତି ଯେ ପ୍ରତିବର୍ଷ ପିଆର-ମ୍ୟୁଜିକ ଷ୍ଟଡିଓ ପକ୍ଷ’ରୁ ଭିନ୍ନଭିନ୍ନ ସ୍ୱାଦର ମନଲାଖି ବୋଲବମ ଡେନ୍ସ ଆଲବମ ପ୍ରସ୍ତୁତ କରା ଯାଇଥାଏ l

ଚଳିତ ବର୍ଷ ଆମ ଗ୍ରୁପ’ର ଯୁବ ଓ ଶିଶୁ କଳାକାର ମାନଙ୍କୁ ନେଇ ଏହା କରିବାକୁ ମନସ୍ତ କରିଥିଲୁ ଏବଂ ସେହି ପ୍ରକା’ରେ ଏକ ନୂଆ ବୋଲବମ-ଆଲବମ ପ୍ରସ୍ତୁତ ହୋଇଛି l ଏହି ଭିଡିଓ ଆଲବମ ଚଳିତ ମାସ ଶେଷ ସୁଦ୍ଧା ପିଆର ମ୍ୟୁଜିକୁ ଷ୍ଟୁଡିଓ ତରଫରୁ ମୁକ୍ତିଲାଭ କରିବା ନେଇ ସୂଚନା ଦେଇଛନ୍ତି ପି ଆର ମ୍ୟୁଜିକ ଷ୍ଟୁଡିଓ ର ପରିଚାଳକ ପ୍ରଶାନ୍ତ ପଟନାୟକ l

Exit mobile version