ମାଲକାନଗିରି ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ବିଭିନ୍ନ ଆବାସିକ ବିଦ୍ୟାଳୟ ଗସ୍ତ

ଓଡ଼ିଶା ତାଜା ନ୍ୟୁଜ୍/୨୬ ଜୁଲାଇ ମଙ୍ଗଳବାର/ମାଲକାନଗିରି :- ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁ ବିଭିନ୍ନ ଆବାସିକ ବିଦ୍ୟାଳୟ ଗସ୍ତ କରି ସେଠାରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ଶ୍ରୀମତୀ ତାଙ୍ଗୁଲୁ ମାଲକାନଗିରି ବ୍ଳକର ମାଟାପକା ବିଦ୍ୟାଳୟ, କତାମାଟେରୁ ଆବାସିକ ବିଦ୍ୟାଳୟ, ତଣ୍ଡକି ଆବାସିକ ବିଦ୍ୟାଳୟ, ଚାଲାଣଗୁଡା ଓ ଟିଟିବିରୀ ଆଶ୍ରମ ବିଦ୍ୟାଳୟ, ଗୋରାଖୁଣ୍ଟା ଆବାସିକ ବିଦ୍ୟାଳୟ ଗସ୍ତ କରି ସେଠାରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହୋଇଥିଲେ ।

ବିଶେଷକରି ବିଦ୍ୟାଳୟର ଅନେକ ଶ୍ରେଣୀ ଗୃହ ନଷ୍ଟ ହୋଇଯାଇଥିବା ସହ ଛାତରୁ ପାଣି ଗଳିବା, ପିଲାଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ନଥିବା ସହ ଉପଯୁକ୍ତ ପରିବେଶ ନଥିବାରୁ ସେ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ଏହାର ସମାଧାନ ପାଇଁ ପିଏ ଆଇଟିଡିଏ ତ୍ରିନାଥ ମାଝୀ ଏବଂ ବ୍ଲକ ମଙ୍ଗଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ତେବେ ଏହି ସମସ୍ୟା ଗୁଡ଼ିକ ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଏହାର ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ପିଏ ଆଇଟିଡିଏ ତ୍ରିନାଥ ମାଝୀ ପ୍ରକାଶ କରିଥିଲେ ।

ଏହି ଗସ୍ତ ସମୟରେ ମାଲକାନଗିରି ବ୍ଲକ ଜୋନ ୨ ଜିଲ୍ଲାପରିଷଦ ସଦସ୍ୟ ମୁକା ମାଡକାମୀ, ମାଲକାନଗିରି ବ୍ଲକ ଅଧକ୍ଷା ଗୌରୀ ପଡିଆମୀ, ଚାଲଣଗୁଡା ସରପଞ୍ଚ ଅରକ୍ଷିତ ନାୟକ, ଜୋନ ସଭାପତି ସୁବାସ ବାନାର୍ଜୀ, ବରିଷ୍ଠ ନେତା ପ୍ରଫୁଲ୍ଲ ପଣ୍ଡା, ସମିତି ସଭ୍ୟ ଆନନ୍ଦ ମାଲାକାର, ନିବାସ ମଣ୍ଡଳ, ଗାନ୍ଧୀ ପଣ୍ଡା, ମନୋଜ କବାସି, ତଣ୍ଡକି ସରପଞ୍ଚ ବାବୁଲା ପଡ଼ିଆମି ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version