
ଓଡ଼ିଶା ତାଜା ନ୍ୟୁଜ୍/୨୬ ଜୁଲାଇ ମଙ୍ଗଳବାର/ବେଙ୍ଗାଲୁରୁ :- କପିଳାସ ପାହାଡିର ପାଦଦେଶରେ ଅବସ୍ଥିତ ୱାଲ୍ଡେନଉଡ ପରିବେଶ ଗ୍ରାମ ତରଫରୁ ନିକଟରେ ବେଙ୍ଗାଲୁରୁଠାରେ ‘ଗାଁ କୁ ଫେରିଚାଲ’ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ବେଙ୍ଗାଲୁରୁ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ନିମନ୍ତ୍ରିତ ହୋଇଥିବା ବହୁ ପରିବେଶବିତ୍,ପରିମଳ ବିଶେଷଜ୍ଞ ଏବଂ ସ୍ୱଚ୍ଛତା ପ୍ରେମୀ ଜନସାଧାରଣ ଯୋଗ ଦେଇଥିବା ଦେଖାଯାଇଥିଲା । ୱାଲ୍ଡେନଉଡର ପ୍ରତିଷ୍ଠାତା ବିଖ୍ୟାତ ପରିବେଶବିତ୍ ରାମକୃଷ୍ଣ ଦାଶଙ୍କର ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବିଚାରଗୋଷ୍ଠୀର ମୁଖ୍ୟ ଉଦ୍ଦେଶ୍ୟ, ପୁନର୍ବାର ଗ୍ରାମକୁ ଫେରିଯିବା ଏବଂ ଗ୍ରାମାଞ୍ଚଳକୁ ସୁସ୍ଥ, ସଂଯତ ଏବଂ ସ୍ଵଚ୍ଛ କରି ଗଢ଼ି ତୋଳିବା ଥିଲ ।
