ଗଜପତି ଜିଲ୍ଲାର ମୋହନା ଓ ଅଡବା ପୋଲିସ କୁ ମିଳିଛି ବଡ଼ ସଫଳତା : ଗୋଟିଏ ଦିନରେ ମୋଟ ୧୫୮କେଜି ୬ସହ ଗଞ୍ଜେଇ ଜବତ କରିବା ସହ ୭ଜଣଙ୍କୁ ଗିରଫ କରିଛି

ମୋହନା ଥାନାରେ ଦୁଇ ଜଣ ଗିରଫ ହୋଇଥିବା ବେଳେ ଅଡବା ଥାନାରେ ୫ ଜଣ ଗିରଫ ହୋଇଥିବା ଜଣାପଡିଛି । ମୋହନା ଥାନା କେସ ନମ୍ବର ୧୪୪/ ପ୍ରକାରେ ୯୫କେଜି ୪୦୦ଗ୍ରାମ ଜବତ ହେବା ସହ ଗୋଟିଏ ଅଟୋ ଜବତ କରାଯାଇଛି

ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ ସୋମବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ମୋହନାଓ ଅଡବା ପୋଲିସ କୁ ମିଳିଛି ବଡ଼ ସଫଳତା ମୋଟ ୧୫୮କେଜି ଗଞ୍ଜେଇ ଜବତ କରିବା ସହ ମୋଟ ୭ଜଣକୁ ଗିରଫ କରିବାରେ ସଫଳ ହୋଇଛି l ଗଜପତି ଜିଲ୍ଲାର ମୋହନା ବ୍ଲକ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ ଅଟେ । ଏହି ବ୍ଲକର ଅଧିକାଂଶ ଅଞ୍ଚଳ ଘାଟି ପାହାଡ଼ ଘେରା ମଧ୍ୟରେ ଅବସ୍ଥିତ । ଏହି ଅଞ୍ଚଳର ବହୁ ଦୁର୍ଗମ ଅଞ୍ଚଳ ସହ ଅପହଞ୍ଚ ପାହାଡିଆ ଅଞ୍ଚଳରେ କିଛି ଲୋକ ବେ ଆଇନ ଭାବେ ଗଞ୍ଜେଇ ଚାଷ କରୁଥିବା ଦେଖିବାକୁ ମିଳୁଛି ।

ଏହି ବ୍ୟବସାୟ କରି କିଛି ଲୋକ ଭଲ ଅର୍ଥ ଉପାର୍ଜନ କରୁଥିବା ବେଳେ ଅଧିକାଂଶ ଲୋକ ଧରାପଡି ଜେଲ ଯାଉଥିବା ସହ ନିଜର ସ୍ବ-ଅର୍ଜିତ ସମ୍ପତିକୁ ମଧ୍ୟ ବାଜ୍ୟାପ୍ତ କରାଉଉଥିବା ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ପୋଲିସ ପ୍ରଶାସନ କୁ ଭୟ ନ କରି ଏହି ଗଞ୍ଜେଇ ବ୍ୟବସାୟ କୁ ଜାରି ରଖି ଧରାପଡିଛନ୍ତି ଆଜି ମୋହନା ବ୍ଲକ ଅନ୍ତର୍ଗତ ମୋହନା ଏବଂ ଅଡବା ଥାନାରେ ଗଞ୍ଜେଇ ଚୋରା ଚାଲାଣ କରି । ମୋହନା ଥାନାରେ ଦୁଇ ଜଣ ଗିରଫ ହୋଇଥିବା ବେଳେ ଅଡବା ଥାନାରେ ୫ ଜଣ ଗିରଫ ହୋଇଥିବା ଜଣାପଡିଛି ।

ମୋହନା ଥାନା କେସନମ୍ବର୧୪୪/୨୨ ପ୍ରକାରେ ୯୫କେଜି ୪୦୦ଗ୍ରାମ ଜବତ ହେବା ସହ ଗୋଟିଏ ଅଟୋ ଜବତ କରାଯାଇଛି ,ଏଥିରେ ଯାଉଥିବା ଗଞ୍ଜେଇର ମୂଲ୍ୟ ଆନୁମାନିକ ଦଶ ଲକ୍ଷ ହେବ ବୋଲି ଥାନା ଅଧିକାରୀ ସୁଜିତ କୁମାର ନାୟକ ପ୍ରକାଶ କରିଥିବା ବେଳେ ଅଡବା ଥାନାରେ ମଧ୍ୟ ଗୋଟିଏ କାର ସହ ଗୋଟିଏ ମୋଟର ସାଇକେଲ ମଧ୍ୟ ଜବତ ହୋଇଥିବା ବେଳେ ସେଥିରେ ଚୋରା ଚାଲାଣ ହେଉଥିବା ୬୩ କେଜି ୨୦୦ଗ୍ରାମ ଗଞ୍ଜେଇ କୁ ସ୍ଥାନୀୟ ପୋଲିସ ଜବତ କରି ତଦନ୍ତ ଜାରି ରଖି ଥିବା ଦେଖିବାକୁ ମିଳିଛି । ଅଡ଼ବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଥିବା ବେଳେ ଉଭୟ ଘଟଣାରେ ମୋହନା ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଦେଖିବାକୁ ମିଳିଛି ।

Exit mobile version