ପ୍ରଶାସନିକ ଠକାମୀ ର ୫ବର୍ଷ ପୂର୍ତ୍ତୀ ଅବସରରେ : ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ ସୋମବାର) ଦଶପଲ୍ଲା :-  ଦଶପଲ୍ଲା ମହାବୀର ମନ୍ଦିର ଠାରେ ନୟାଗଡ଼ ଜିଲ୍ଲା ଶ୍ରମିକ ମହାସଂଘ ଓ କଳିଙ୍ଗ ନିର୍ମାଣ ଶ୍ରମିକ ମଞ୍ଚ ର କର୍ମକର୍ତ୍ତା ଓ ସଦସ୍ୟ ମାନେ ପ୍ରଶାସନିକ ସ୍ଥାଣୁତା ତଥା ଦାୟିତ୍ବହୀନତା ବିରୁଦ୍ଧେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ଜଣାଯାଏ । ୨୦୧୭ ମସିହା ଆଜିର ଦିନରେ ଦଶପଲ୍ଲା ବ୍ଲକର ନିର୍ମାଣ ଶ୍ରମିକ ମାନେ ୧୮/୭ ରେ ଯେଉଁ ମାନେ ଦରଖାସ୍ତ ଫର୍ମ ଦାଖଲ କରିଥିଲେ, ସେମାନେ ପଂଜିକରଣ ପ୍ରମାଣପତ୍ର ପାଇଵାକଥା ।

ତାହା ଆମେ କହୁନୁ, ଜିଲ୍ଲା ପ୍ରଶାସନ ପକ୍ଷରୁ ତାରିଖ ଧାର୍ଯ୍ୟ କରାଯାଇଛି । ଅଥଚ ପ୍ରଶାସନ ପକ୍ଷରୁ ୫ବର୍ଷ ହେଲା କୈାଣସି ପଦକ୍ଷେପ ନିଆ ନ ଯାଇ ନିରୀହ ଆଦିବାସୀ ତଥା ଗରିବ ନିର୍ମାଣ ଶ୍ରମିକ ଙ୍କୁ ପ୍ରଶାସନ ଠକି ଠକି ଚାଲିଛି । ଜିଲ୍ଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଅଭିଯୋଗ କଲେ ମଧ୍ୟ ଫଳ ଶୂନ ।

ଏଣୁ ଏହାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆଶା କରି ପ୍ରଶାସନିକ ଅଧିକାରୀ ତଥା ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ ଆୟୁକ୍ତ ଙ୍କୁ ମହାବୀର ଆଶୀର୍ବାଦ କରନ୍ତୁ, ତାଙ୍କ କଣ୍ଠରେ ବିରାଜମାନ କରି ଶ୍ରମିକଙ୍କ କଲ୍ୟାଣ ରେ ମନୋନିବେଶ କରନ୍ତୁ ଏହି ଲକ୍ଷ୍ୟ ରେ ଆମ୍ଭେ ଆଜି ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଆୟୋଜନ କରିଛୁ ବୋଲି ସଂଗଠନର ସଭାପତି ଶୂନ୍ୟଜୟୀ ମିଶ୍ର ଜଣାଇଛନ୍ତି ।

Exit mobile version