୪ ଗୋଟି ସ୍ବାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ରର ଏବଂ ଜନ ଆରୋଗ୍ୟ ସମିତିର ସମସ୍ତ ସଦସ୍ୟ ମାନଙ୍କୁ ନେଇ ୨ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି .
ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ ସୋମବାର) ପଡିଆ :- ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ପଡିଆ ସଦର ମହକୁମା ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ୪ ଗୋଟି ସ୍ବାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ରର ଏବଂ ଜନ ଆରୋଗ୍ୟ ସମିତିର ସମସ୍ତ ସଦସ୍ୟ ମାନଙ୍କୁ ନେଇ ୨ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡଃ ଵୁଦ୍ଧିକେଶ୍ବର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ଶିବିର ରେ ଖୋରଖପାଲ୍ଲୀ ଏମ୍ ଭି-୯୫, କୁଞ୍ଚାନପାଲ୍ଲୀ, କାଲଦାପାଲ୍ଲୀ ସ୍ବାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ର ଅନ୍ତର୍ଗତ ପଡିଆ ସରପଞ୍ଚ ଗଙ୍ଗା କାରାମ, କାଲଦାପାଲ୍ଲୀ ସରପଞ୍ଚ ସରିତା କୁଞ୍ଜାମି, ଶିମିଲିଵାଞ୍ଚା ସରପଞ୍ଚ ସିଙ୍ଗା ମାଡକାମି ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସି ଏଚ୍ ଓ , ମହିଳା ସ୍ବାସ୍ଥ୍ୟକର୍ମୀ, ପୁରୁଷ ସ୍ବାସ୍ଥ୍ୟକର୍ମୀ, ୱ।ଡ଼ ମେମ୍ବର, ସ୍କୁଲ ଶିକ୍ଷକ ମାନେ ତାଲିମ ଶିବିରରେ ଅଂଶଗ୍ରହଣ କରିଥିଲେ ।
