ଓଡ଼ିଶା ତାଜା ନ୍ୟୁଜ (୨୪ ଜୁଲାଇ ରବିବାର) ମାଲକାନଗିରି :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝି ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ମୋଟୁ ଅଞ୍ଚଳ ଗସ୍ତ କରିଛନ୍ତି । ଗତ କିଛି ଦିନ ତଳେ ଲଗାଣ ବର୍ଷା ଯୋଗୁଁ ମୋଟୁ ଅଞ୍ଚଳରେ ବନ୍ୟା ହୋଇଥିବା ବେଳେ ଉକ୍ତ ଅଞ୍ଚଳରେ ଲୋକଙ୍କ ସହ ସେମାନଙ୍କ ସମସ୍ୟା ନେଇ ଆଲୋଚନା କରିଛନ୍ତି । ଏ ଅବସରରେ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ସହ ବନ୍ୟା କ୍ଷତିଗସ୍ତଙ୍କୁ କି କି ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଇଛି ସେ ନେଇ ଆଲୋଚନା କରିବା ସହ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି ।

ତାଙ୍କର ଏହି ଗସ୍ତ ସମୟରେ ଗଣମାଧ୍ୟମକୁ ସୂଚନା ଦେଇ ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜି ଥିବା ବେଳେ ଏ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝି ପ୍ରକାଶ କରିଛନ୍ତି । ଏହା ସହ ସାଂସଦଙ୍କ ପକ୍ଷରୁ ବନ୍ୟା ପୀଡିତଙ୍କୁ ଶୁଖା ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଛି । ତେବେ ବର୍ତ୍ତମାନ ମଧ୍ୟ ମୋଟୁ ତହସିଲ ଅନ୍ତର୍ଗତ ବିନାୟକପୁରରେ ବର୍ତ୍ତମାନ ମଧ୍ୟ ଜଳ ସ୍ତର କମି ନଥିବା ବେଳେ କିଛି ଘର ଜଳ ଘେରରେ ଥିବା ଦେଖିବାକୁ ମିଳିଛି ।
