ରାଷ୍ଟ୍ରପତି ପଦ ବିଜୟ ପରେ ବିଜେପି ତରଫରୁ ବିଜୟ ଉତ୍ସବ ପାଳନ

ଓଡ଼ିଶା ତାଜା ନ୍ୟୁଜ(୨୪ ଜୁଲାଇ ରବିବାର) କନ୍ଧମାଳ :- ପ୍ରଥମଥର ପାଇଁ ଓଡ଼ିଶାର ଜଣେ ମହିଳା ରାଷ୍ଟ୍ରପତି ପଦ ପାଇଁ ବିଜୟ ପରେ ଡ଼ିଆରଡ଼ିଏ ଛକରେ ବିଜେପି ଦଳ ପକ୍ଷରୁ ପାଳନ ହୋଇଛି ବିଜୟ ଉତ୍ସବ । ଏହି ଅବସରରେ ଯୋଗ ଦେଇଥିବା ବିଜେପି ନେତା ଓ କର୍ମୀମାନେ ନାଚ ନାଚିବା ସହିତ ମିଠା ବାଣ୍ଟିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫୁଲବାଣୀ ପୌର ପରିଷଦର ଅଧ୍ୟକ୍ଷା ସ୍ମିତାରାଣି ମହାନ୍ତି, ଯୁବନେତା ଗୋଲକ କହଁର,

ବରିଷ୍ଠ ବିଜେପି ନେତା ଭଗବାନ ମହାନ୍ତି, ଅଜିତ୍‍ ପଟନାୟକ, ବିଜେପି କାଉନସିଲର ରମେଶ ମହାନ୍ତି, ବାବୁ ମହାନ୍ତି, ଜିଲା ସଂପାଦକ ଲିଙ୍ଗରାଜ ଦଳବେହେରା, ପରେଶ ମହାପାତ୍ର ଓ ଅନ୍ୟମାନେ ଏଥିରେ ସାମିଲ୍‍ ହୋଇଥିଲେ । ସେହିଭଳି ବିଜେପି ପକ୍ଷରୁ ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ବାଣ ଫୁଟାଇ ଫୁଟାଇ ବିଜୟ ଉତ୍ସବ ପାଳନ କରାଯାଇଥିବା ବେଳେ ବିଭିନ୍ନ ଅଞ୍ଚଳର ବହୁ ସ୍ଥାନୀୟ ନେତାମାନେ ସାମିଲ୍‍ ହୋଇଥିଲେ ।

Exit mobile version