ଗାଧୋଇବାକୁ ଯାଇଥିବାବେଳେ ନଦୀରେ ଭାସି ବୃଦ୍ଧ ମୃତ

ଓଡ଼ିଶା ତାଜା ନ୍ୟୁଜ(୨୪ ଜୁଲାଇ ରବିବାର) ବାଲିଗୁଡା :-  କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ରେ ଗାଧୋଉଥିବା ବେଳେ ନଦୀ ରେ ଭାସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି  l ମୃତକ ହେଲେ ମୁଣ୍ଡିଗଡ଼ ଗାଁ ର ରାଇସିଂ ପାତ୍ର  l ମୁଣ୍ଡିଗଡ଼ ଗାଁ ର ରାଇସିଂ ଶନିବାର ନଦୀ ତୁଠ କୁ ଗାଧେଇବାକୁ ଯାଇଥିଲେ । ହଠାତ ନଦୀରେ ପାଣିର ମାତ୍ରା ବଢ଼ି ଯାଇଥିଲା । ସେ ପାଣି ରୁ ବାହାରି ନ ପାରି ନଦୀ ରେ ଭାସିଯାଇଥିଲେ l ଗ୍ରାମବାସୀ ବହୁ ଖୋଜା ଖୋଜି କରିବା ପରେ ତାଙ୍କ ସନ୍ଧାନ ମିଳିନଥିଲା l

ରବିବାର ସକାଳେ ଗାଧୁଆ ଘାଟରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଥିବା ରାହୁଲ ନଦୀ ର କୁନ୍ଦଲି ଦର ନାମକ ଘାଟ ରେ ତାଙ୍କ ମୃତଦେହ ଅଟକି ରହିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ଗ୍ରାମବାସୀ ମୃତଦେହକୁ ଚି଼ହ୍ନଟ କରି ତୁମୁଡିବନ୍ଧ ପୋଲିସକୁ ଜଣାଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛନ୍ତି  l

Exit mobile version