ମଠର ମହନ୍ତ ଶ୍ରୀ ରଧାଚରଣ ଦାସ ଙ୍କ ବିୟୋଗରେ ଜିଲ୍ଲାରେ ଶୋକର ଛାୟା

ଓଡ଼ିଶା ତାଜା ନ୍ୟୁଜ(୨୩ ଜୁଲାଇ ଶନିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶାଳା ରାଧାବଲ୍ଲଭ ମଠର ମହନ୍ତ ଶ୍ରୀ ରାଧା ଚରଣ ଦାସଙ୍କ ଭୁବନେଶ୍ୱର ହାଇଟେକ୍ ମେଡିକାଲରେ ଆଜି ଭୋର ୪ଟା ସମୟରେ ଦେହାନ୍ତ ହୋଇଥିଲା । ସେ ଓଡ଼ିଶାର ୧୬ ଟି ମଠର ଦାୟିତ୍ଵ ତୁଲାଇଥିଲେ । ତାଙ୍କ ପ୍ରଚେଷ୍ଟା ବଳରେ ବାଘଶାଳାର ମହିଳା ଉଚ୍ଚ ବିଦ୍ୟାଳୟ, ବାପୁଜୀ ପେଣ୍ଠରେ ମଧ୍ୟ ଇଂରାଜୀ ଓ ଉଚ୍ଚ ବିଦ୍ୟାଳୟ ସହ ସରକାରୀ ଚିକିତ୍ସାଳୟ ନିମନ୍ତେ ବାଘ ଶାଳାରେ ଜମି ପ୍ରଦାନ କରିଥିଲେ ।

ଏଥିସହ ହନୁମାନ ମନ୍ଦିର ନିର୍ମାଣ ତଥା ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ସମାଜର ଉନ୍ନତିକରଣ ପାଇଁ ଯଥେଷ୍ଟ ପ୍ରୟାସ କରିଥିଲେ । ସେ ୧୯୫୩ ମସିହାରେ ଜନ୍ମ ନେଇଥିଲେ ତାଙ୍କ ପିତା ଗୁରୁ ଦୟାଳୁ ଦାସ ସେହି ମଠର ମହନ୍ତ ଥିଲେ । ଆଜି ୭୯ ବର୍ଷ ବୟସରେ ସ୍ବର୍ଗବାସୀ ହୋଇଛନ୍ତି । ତାଙ୍କ ପାର୍ଥିବ ଶରୀର ଅପରାହ୍ନରେ ବାଘ ଶାଳା ସ୍ଥିତି ମଠରେ ପହଞ୍ଚିବ । ତାଙ୍କ ପଦବୀରେ ପରବର୍ତ୍ତୀ ମହନ୍ତ ଅଭିଷେକ ପରେ ରିତିନିତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Exit mobile version