ରଥଯାତ୍ରାର ପରିଦର୍ଶନକାରୀଙ୍କ ପାଇଁ ଡିଜିଟାଲ ଦର୍ଶନକୁ ସକ୍ଷମ କରି ଏହାର ଇନ୍‌ଷ୍ଟଲେଶନରେ ଭର୍ଚୁଆଲ ରିଅଲିଟିକୁ ନିୟୋଜିତ କରିଥିଲା ଆଶୀର୍ବାଦ ଅଟା ପୁରୀ : ଓଡିଶାର ଏକ ନମ୍ବର ପ୍ୟାକେଜ୍‌ଡ ଅଟା ବ୍ରାଣ୍ଡ ଆଶୀର୍ବାଦ ଅଟା

ଓଡ଼ିଶା ତାଜା ନ୍ୟୁଜ (୨୨ ଜୁଲାଇ ଶୁକ୍ରବାର )ଭୁବନେଶ୍ୱର :- ଓଡିଶାର ସର୍ବବୃହତ୍ ବାର୍ଷିକ ପର୍ବ ପୁରୀ ରଥଯାତ୍ରାକୁ ଏକ ସ୍ୱତନ୍ତ୍ର ପଦକ୍ଷେପ ମାଧ୍ୟମରେ ପାଳନ କରିଥିଲା । ୩୦,୦୦୦ରୁ ଅଧିକ ଭକ୍ତ ସ୍ଥାନୀୟ କଳାକାରଙ୍କ ଦ୍ୱାରା ନିର୍ମିତ ଓଡିଶାର ଲୋକପ୍ରିୟ ପଟ୍ଟଚିତ୍ର କଳା ସହିତ ବ୍ରାଣ୍ଡର ସୁନ୍ଦର ଭାବେ ସଜା ଯାଇଥିବା ଇନ୍‌ଷ୍ଟଲେଶନକୁ ପରିଦର୍ଶନ କରିଥିଲେ । ଏହି ଇନ୍‌ଷ୍ଟଲେଶନ ରଥଯାତ୍ରାର ଏକ ନିକଟତର ଦୃଶ୍ୟତା ପାଇଁ ଏକ ହାଇ ରେଞ୍ଜ୍ ଟେଲିସ୍କୋପ ଦ୍ୱାରା ସୁସଜ୍ଜିତ ଥିଲା ଏବଂ ରଥକୁ ଟାଣିବାର ଅଭିଜ୍ଞତାକୁ ଜୀବନ୍ତ କରିବା ପାଇଁ ଏଠାରେ ସ୍ୱତନ୍ତ୍ର ଭର୍ଚୁଆଲ ରିଅଲିଟି ବ୍ୟବସ୍ଥା କରାଯାଇଥିଲା । ଏହି ଡିଜିଟାଲି ସକ୍ଷମ ଦର୍ଶନ ଏକ ସାର୍ଥକ ତଥାପି ପ୍ରଭାବଶାଳୀ ଉପଭୋକ୍ତା ଅଭିଜ୍ଞତା ସୃଷ୍ଟି କରିଥିଲା । ପାରମ୍ପରିକ ଭାବେ, ପୁରୀ ରଥଯାତ୍ରା ଦେଶବ୍ୟାପୀ ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନର ସାକ୍ଷୀ ହୋଇଥାଏ, ଯେଉଁମାନେ କି ପ୍ରଭୁଙ୍କ ଏକ ଝଲକ ପାଇବାର ଆଶାରେ ଏହି ପର୍ବରେ ସାମିଲ ହୋଇଥାନ୍ତି ।

ତେବେ ବର୍ଦ୍ଧିତ ତାପମାତ୍ରା ଓ ବିଶାଳ ଜନସମୁଦ୍ର କାରଣରୁ ଏହି ଅନୁଭୂତି କଷ୍ଟଦାୟକ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ବ୍ରାଣ୍ଡ ପକ୍ଷରୁ ଭକ୍ତଙ୍କ ପାଇଁ ଏକ ସ୍ମରଣୀୟ ଓ ସୁବିଧାଜନକ ଅନୁଭୂତି ସୃଷ୍ଟି କରାଯାଇ ଏକ ଟେକ୍ନୋଲୋଜି ସକ୍ଷମ ସମାଧାନ ନିୟୋଜନ କରିବାକୁ ନିଷ୍ପତି ନିଆଯାଇଥିଲା । ଭକ୍ତମାନେ ପଟ୍ଟଚିତ୍ର କଳାର ଶୋଭାକୁ ଦେଖି ଆନନ୍ଦିତ ହୋଇଥିଲେ ଯାହା ସୁନ୍ଦର ଭାବେ ଆଶୀର୍ବାଦ ଅଟାର ୪ ପର୍ଯ୍ୟାୟ ଉପକାରିତାକୁ ସୁନ୍ଦର ଭାବେ ଦର୍ଶାଇଥିଲା ଯାହାକି ଓଡିଶାରେ ପ୍ୟାକେଜ୍‌ଡ ଅଟା ସେଗ୍‌ମେଂଟ୍‌ରେ ବଜାର ଲିଡର ଅଟେ । ଏହି ହାଇ ରେଞ୍ଜ୍ ଟେଲିସ୍କୋପ୍ ଓ ସ୍ୱତନ୍ତ୍ର ଭାବେ ନିର୍ମିତ ଭର୍ଚୁଆଲ ରିଅଲିଟି ଜୋନ୍ ଭକ୍ତଙ୍କ ମଧ୍ୟରେ ଆନନ୍ଦର ମୁହୂର୍ତ ସୃଷ୍ଟି କରିଥିଲା ଏବଂ ସେମାନଙ୍କୁ ବାସ୍ତବ ରଥଯାତ୍ରା ସହ ଚାଲିବା ଭଳି ଏକ ଅନୁରୂପ ଅନୁଭୂତି ଦେଇଥିଲା ।

ଏହି ଅବସରରେ ଆଇଟିସି ଲିମିଟେଡ୍‌ର ଷ୍ଟାପଲ୍‌ସ, ସ୍ନାକ୍‌ସ ଓ ମିଲ୍ସ ବିଭାଗର ଏସ୍‌ବିୟୁ ଚିଫ୍ ଏକ୍‌ଜିକ୍ୟୁଟିଭ୍ ଗଣେଶ ସୁନ୍ଦରରମଣ କହିଛନ୍ତି, “ ରଥଯାତ୍ରା ହେଉଛି ଏକ ପବିତ୍ର ପର୍ବ ଯେଉଁଠାରେ ଦେଶବିଦେଶରୁ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ପୁରୀକୁ ଆସିଥାନ୍ତି । ଭକ୍ତମାନଙ୍କୁ ଦର୍ଶନ ପାଇବା ପାଇଁ ସକ୍ଷମ କରିବା ଲାଗି ନୂଆ ଯୁଗର ଡିଜିଟାଲ ଟେକ୍ନୋଲୋଜିକୁ ବ୍ୟବହାର କରିବା ଏବଂ ଜଣେ ଭକ୍ତଙ୍କ ମୁହଁରେ ସେହି ଆନନ୍ଦକୁ ଦେଖିବା ହେଉଛି ବାସ୍ତବରେ ଆମ ପାଇଁ ଏକ ପୁରସ୍କାରପ୍ରଦ ଅନୁଭୂତି । ଟେଲିସ୍କୋପ୍ ଓ ଭିଆର୍ ସେଟ୍‌ଅପ୍ ସହିତ ଆମେ ପ୍ରତ୍ୟେକ ବ୍ୟକ୍ତିଙ୍କ ଯାତ୍ରାକୁ ସ୍ୱତନ୍ତ୍ର ଓ ବାଧାମୁକ୍ତ କରିବା ପାଇଁ ନୂତନ ଓ ଅଧିକ ଉନ୍ନତ ଟେକ୍ନୋଲୋଜି ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଥିଲୁ, ଶେଷରେ ଯାହା ଆମେ କରିବାକୁ ସକ୍ଷମ ହୋଇଥିଲୁ ।

ଭକ୍ତମାନଙ୍କୁ ଦର୍ଶନର ଏକ ସମ୍ପୂର୍ଣ୍ଣ, ପ୍ରଥମ ଅନୁଭୂତି ପ୍ରଦାନ କରି ରଥଯାତ୍ରାର ଉତ୍ସବ ଓ ଉତ୍ସାହକୁ ସମୃଦ୍ଧ ଓ ସଶକ୍ତ କରିବା ପାଇଁ ମଧ୍ୟ ଆମେ ଲକ୍ଷ୍ୟ ରଖିଥିଲୁ ।” ଏହି କାର୍ଯ୍ୟକୁ ଭକ୍ତମାନେ ପ୍ରଶଂସା କରିଥିଲେ ଯେଉଁମାନେ ୧୦ ଦିନର ପର୍ବ ସମୟରେ ସକ୍ରିୟ ଭାବେ ଯୋଗ ଦେଇଥିଲେ ଓ ନିଜର ଭକ୍ତିମୟ ଯାତ୍ରାକୁ ସମ୍ପୂର୍ଣ୍ଣ କରିଥିଲେ । ଏହି ଇନ୍‌ଷ୍ଟଲେଶନରେ ଭକ୍ତମାନେ ସ୍ଥାନୀୟ କଳାକାରୀଙ୍କ ଦ୍ୱାରା ପ୍ରସ୍ତୁତ କିଛି ସୁନ୍ଦର ପଟ୍ଟଚିତ୍ର ପେଂଟିଙ୍ଗ୍ କିଣିପାରିଥିଲେ । ଏହି ପଟ୍ଟଚିତ୍ର କଳାକାରମାନଙ୍କୁ ସେମାନଙ୍କର ଯୋଗଦାନ ପାଇଁ ଅତିରିକ୍ତ ଭାବେ ୧୦ରୁ ୧୫ କିଲୋଗ୍ରାମର ଆଶୀର୍ବାଦ ଅଟା ଉପହାର ଭାବେ ଦିଆଯାଇଥିଲା ।

Exit mobile version