ଓଡିଶାରେ ଲଂଚ୍ ହେବ ବୁଜିର ୧୦ ମିନିଟ୍ ମଦ ଡେଲିଭରି ସେବା

ଓଡ଼ିଶା ତାଜା ନ୍ୟୁଜ(୨୧ ଜୁଲାଇ ଗୁରୁବାର) ନୂଆଦିଲ୍ଲୀ :- ଏକ ୍ରଥମ ଧରଣର ୧୦ ମିନିଟ୍ ଲିକ୍ୱୋର ଡେଲିଭରି ପ୍ଲାଟ୍‌ଫର୍ମ ସହିତ କୋଲ୍‌କାତାରେ ଝଡ ସୃଷ୍ଟି କରିଥିବା ସେବା ବୁଜି ଓଡିଶା ଅବକାରୀ ବିଭାଗଠାରୁ ଏକ ଏନ୍‌ଓସି ପାଇବା ପରେ ଓଡିଶାରେ ଏହାର ପରିଚାଳନା ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହୋଇଛି । ଓଡିଶା, ମୁଖ୍ୟତଃ ଭୁବନେଶ୍ୱର ମଦ ବିକ୍ରି ପାଇଁ ଏକ ଉଲ୍ଲେଖନୀୟ ବଜାର ହୋଇଛି, ଯେଉଁଠାରେ ସର୍ବାଧିକ ପ୍ରତିଶତ ଲୋକ ମଦ୍ୟାନ କରୁଛନ୍ତି । ସର୍ବେକ୍ଷଣ ସୂଚିତ କରୁଛି ଯେ, ଏହି ପ୍ରତିଶତ ଦେଶର ହାରାହାରି ପ୍ରତିଶତ ତୁଳନାରେ ପ୍ରାୟ ଦୁଇ ଗୁଣ ଅଟେ ।

ଏସମ୍ପର୍କରେ ବୁଜିର ୍ରତିଷ୍ଠାତା ଓ ସିଇଓ ବିବେକାନନ୍ଦ ବାଲିଜେପଲ୍ଲି କହିଛନ୍ତି, “ କୋଲ୍‌କାତାରେ ଏକ ଉତ୍ସାହଜନକ ଓ ଅ୍ରତ୍ୟାଶିତ ୍ରତିକ୍ରିୟା ହାସଲ କରିବା ପରେ, ଆମେ ପୂର୍ବାଂଚଳରେ ଆମର ବ୍ୟବସାୟ ବିସ୍ତାର କରିବାକୁ ଚାହୁଁଥିଲୁ । ଆମେ ବୁଜି ଭଳି ସଂସ୍ଥାକୁ ଏନ୍‌ଓସି ଜାରି କରିବା ପାଇଁ ଓଡିଶା ସରକାରଙ୍କ ପ୍ରଗତିଶୀଳ ପଦକ୍ଷେପକୁ ସ୍ୱାଗତ କରୁଛୁ । ଇ-କମ୍ ଉଭୋକ୍ତାଙ୍କ ଏକ ବିଶାଳ ଜନସଂଖ୍ୟା ସହିତ ଭୁବନେଶ୍ୱର ଏକ ଟାୟାର ୨ ସହରରୁ ସ୍ମାର୍ଟ ମେଟ୍ରୋରେ ରିଣତ ହେବା ପାଇଁ ଦ୍ରୁତ ବେଗରେ ବିକଶିତ ହେଉଛି । କୋଲ୍‌କାତାରେ ଇନ୍‌-ଆ୍ ବିଶ୍ଳେଷଣ, ବ୍ରାଣ୍ଡ ମତାମତ ଓ ଅନ୍‌ଗ୍ରାଉଣ୍ଡ ୟୁଜର ଡାଟା ଆଦି ସୂଚାଇଛି ଯେ, ଲିକ୍ୱୋର ସେଗ୍‌ମେଂଟ୍ ପାଇଁ ବଜାରରେ ଏକ ଦକ୍ଷ, ମୂଲ୍ୟ ସାପେକ୍ଷ ଡେଲିଭରି ସେବାର ଶୂନ୍ୟସ୍ଥାନ ରହିଛି ।

ଆମେ କୋଲ୍‌କାତାରେ ଆମ ପରିଚାଳନାର ପ୍ରଥମ ମାସରେ ୨୫% ବଜାର ଅଂଶ ହାସଲ କରିବାକୁ ସକ୍ଷମ ହୋଇଛୁ ।” ବୁଜି ପକ୍ଷରୁ ସୁଲଭ ତଥା ଖୁବ୍ କମ୍ ଡେଲିଭରି ଫି’ରେ ପ୍ରିମିୟମ ଡେଲିଭରି ସେବା ପ୍ରଦାନ କରାଯାଉଛି ଯାହା ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଥିବା ପରି ମନେହୁଏ । ତେଣୁ ବୁଜି କିଭଳି ଏହାକୁ ହାସଲ କରିବାକୁ ସକ୍ଷମ ହୋଇଛି, ସେ ସମ୍ପର୍କରେ ଆମେ ବିବେକାନନ୍ଦଙ୍କୁ ପଚାରିଥିଲୁ । ସେ କହିଥିଲେ, “ଆମେ ରଣନୈତିକ ଭାବେ ଆମର ଷ୍ଟୋରଗୁଡିକର ଚୟନ କରିଛୁ, ଆମର ରାଇଡର୍ ଫୋର୍ସକୁ ଉନ୍ନତ କରିଛୁ, ଟ୍ରେଣ୍ଡକୁ ୂର୍ବାନୁମାନ କରିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରିଛୁ ଏବଂ ଭୁବନେଶ୍ୱରରେ ଏକ ପଗ୍ ଆଣ୍ଡ ୍େଲ ହୋଇପାରୁଥିବା ଏକ ଦୃଢ ମଡେଲ ସହିତ ଆସିବା ।

ଇଁ ଖୁଚୁରା ବ୍ୟବସାୟୀଙ୍କ ଆଗ୍ରହକୁ ଅକ୍ଷୁର୍ଣ୍ଣ ରଖିଛୁ । ଏହା ଆମର ଇନ୍ ହାଉସ୍ ଏଫ୍‌ଏମ୍‌ସିଜି ପ୍ରଡକ୍ଟ ପେରିକି ପ୍ୟାକେଜ୍‌ଡ ଡ୍ରିଙ୍କିଙ୍ଗ୍ ୱାଟର୍‌, କ୍ଲବ୍ ସୋଡା, ଟୋନିକ୍ ୱାଟର, ଜିଞ୍ଜର ଆଲେ ଓ ସ୍ନାକ୍ସ ଆଦିର ବିକ୍ରି ସହ ଜଡିତ ରହିଛି ଯାହା ମଡେଲର ର୍କ୍ୟାଦକ୍ଷତାକୁ ସୁନିଶ୍ଚିତ କରୁଛି । ମୁଁ ବିଶ୍ୱାସ କରେ, ଯେ ଜଣେ ବୁଜି ହେଉଛନ୍ତି ସିଏ ଯିଏ ନିଜ ଡ୍ରିଙ୍କ୍‌କୁ ଦାୟିତ୍ୱବାନ, ସ୍ମାର୍ଟ ଓ ବିନା କୌଣସି ଅନୁତାରେ ଉପଭୋଗ କରିଥାନ୍ତି । ଆମେ ଆମର ଫେଲୋ ବୁଜିମାନଙ୍କୁ ଏହାକୁ ପ୍ରଦାନ କରିବା ପାଇଁ ସୁନିଶ୍ଚିତ କରିବାକୁ ଚାହୁଁଛୁ ।”

Exit mobile version