ବରଗଡ ସୁଗାର ମିଲ ପୁନଃ କାର୍ଯ୍ୟକ୍ଷମ କରାବା ପାଇଁ ବିଧାୟକ ଙ୍କୁ ଭେଟିଲେ କର୍ମଚାରୀ ସଂଘ

ଓଡ଼ିଶା ତାଜା ନ୍ୟୁଜ(୨୧ ଜୁଲାଇ ଗୁରୁବାର) ବରଗଡ଼ :- ବିଧାନ ସଭା ଚାଲିବା ସମୟରେ ବରଗଡ ସମବାୟ ଚିନି କଳ କର୍ମଚାରୀ ସଂଘ ପକ୍ଷରୁ ୟୁନିଅନ ସଭାପତି ଶ୍ରୀ ପ୍ରଦୀପ ଦେବତାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଭୁବନେଶ୍ବର ଯାଇ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ତାଙ୍କୁ ଚିନି କଳ ସମସ୍ଯା ର ସମାଧାନ କରିବାକୁ ଓ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟିପାତ କରିବିକୁ କହିଥିଲେ । କର୍ମଚାରୀ ମାନେ ୫୯ ମାସ ଦରମା ନ ପାଇ ଦୟନୀୟ ସ୍ଥିତିରେ ଗତି କରିବା ସହିତ ଚିନି କଳର ସୁରକ୍ଷା ରେ ନିୟୋଜିତ ୧୨ ଜଣ କର୍ମଚାରୀ ତାଙ୍କ ପ୍ରାପ୍ୟ ନ ପାଇ ମୃତ୍ୟୁ ବରଣ କଲେଣି ବୋଲି ଅବଗତ କରାଇଥିଲେ ।

ସଭାପତି ​ଶ୍ରୀ ଦେବତା କାନପୁର ସ୍ଥିତ ଚିନି କଳ ପ୍ରତିଷ୍ଠାନ ର ଏକ ବୈଷୟିକ କମିଟି ଚିନି କଳ କୁ ଆସି, ଏହି ଚିନି କଳକୁ ଲାଭାନ୍ବିତ ତଥା ବଞ୍ଚାଇବା ପାଇଁ ଏକ ଇଥାନଲ କାରଖାନା ବସାଇବା ପାଇଁ ତା.୯ ସେପ୍ଟେମ୍ବର ୨୦୨୧ ମସିହା ରେ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ଏବଂ ତା ଉପରେ ବରଗଡ ସମବାୟ ଚିନି କଳ ର ପୁନଃ କାର୍ଯ୍ୟକ୍ଷମ ପାଇଁ ତତ୍ କାଳୀନ ସମବାୟ ମନ୍ତ୍ରୀ ଙ୍କ ଅଧ୍ୟକ୍ଷତା ରେ ଏକ ଉଚ୍ଛ ସ୍ତରୀୟ ବୈଠକ ୭ ଡିସେମ୍ବର ୨୦୨୧ ରେ ବସିଥିବା ଏବଂ ଏଥିରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ବୈଠକ ର ତିନି ସପ୍ତାହ ମଧ୍ୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ର ଅଧ୍ୟକ୍ଷ,

ଶିଳ୍ପ ବିଭାଗ ର ପ୍ରମୁଖ ଶାସନ ସଚିବ,ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ, ବରଗଡ ସମବାୟ ଚିନି କଳ କୁ ପରିଦର୍ଶନ ରେ ଆସି ଚିନି କଳ ର ପୁନରୁଦ୍ଧାର ର ନିଷ୍ପତ୍ତି ନେବା କଥା ଉଠାଇଥିଲେ । କେଉଁ କାରଣ ରୁ କମିଟି ଆସୁନାହାନ୍ତି ବୋଲି ପଚାରି ବୁଝିବା ସହିତ କମିଟି ପଠାଇବା ପାଇଁ ଅନୁରୋଧ କରିଥିଲେ । ​ବରଗଡ ବିଧାୟକ ରାଜ୍ୟ ସରକାର ଙ୍କୁ ଚିନି କଳର କର୍ମଚାରୀଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ଦେଇଥିବା ଟ. ୨୩.୩୫ କୋଟି ର ପ୍ରସ୍ତାବ ଏବେ ସରକାରଙ୍କ ବିଚାରଧିନ ଥିବା ଏବଂ ସେ ଏଥିପ୍ରତି ଧ୍ୟାନ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଏହା ସହିତ ଇଡକୋ ଚିନି କଳ ଚର୍ତୁ ପାର୍ଶ୍ଵ ରେ ବାଡ଼ ଦେବା ପାଇଁ ଅର୍ଥ ପ୍ରଦାନ କରିବ ବୋଲି କହିଥିଲେ । ଆଲୋଚନା ସମୟ ରେ ସଂଘ ର ସମ୍ପାଦକ ଶ୍ରୀ ସୁବ୍ରତ କୁମାର ସାହୁ ଏବଂ ମିଲର ପୂର୍ବତନ ଲୋକ ସଂପର୍କ ଅଧିକାରୀ ଉପସ୍ଥିତ ଥିଲେ ।

Exit mobile version