odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
କଟକ ଜିଲ୍ଲା,ରିପୋର୍ଟ /ଲଷ୍ମୀଧର ଖୁଣ୍ଟିଆ (ଓଡିଶା ତାଜା ନ୍ୟୁଜ୍ )୨୨ ମଇ, ଶୁକ୍ରବାର :- କଟକ ଜିଲ୍ଲା ମାହାଙ୍ଗା ବିଜୁ ଜନତା ଦଳର ଏକ ଟିମ ମାହାଙ୍ଗା ପୁର୍ବାଞ୍ଚଳରେ ଥିବା ଅସ୍ଥାୟୀ କରୋନା ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ଆଜି ପରିଦର୍ଶନ କରିଛନ୍ତ । ବିଶେଷ କରି ଅସ୍ଥାୟୀ କରୋନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ବହିରାଗତ ମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ କେନ୍ଦ୍ର ପରିସରରେ ସ୍ୱଛତା କୁ ଗୁରୁତ୍ୱ ଦେବାସହ ବହିରାଗତ ମାନେ ସବୁ ସମୟରେ ସାମାଜିକ ଦୂରତା ରକ୍ଷା କରିବା ସହ ସେମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।
କୌଣସି ଅସୁବିଧାର ସମ୍ମୁଖୀନ ହେଲେ ବ୍ଲକ ବିଡିଓ ତହସିଲଦାର ଓ ମେଡିକାଲ ଅଫିସର କିମ୍ବା ସମ୍ପୃକ୍ତ ପଂଚାୟତ ର ସରପଞ୍ଚଙ୍କୁ ଯୋଗାଯୋଗ କରିବାକୁ କହିଥିଲେ । ଯେପରି ବହିରାଗତ ଙ୍କ ସମ୍ପର୍କୀୟ ମାନେ ସେମାନଙ୍କ ସଂସ୍ପର୍ଶରେ ନାଆସନ୍ତି ସେଥିପ୍ରତି କେନ୍ଦ୍ର ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀମାନେ ବିଶେଷ ଧ୍ୟାନଦେବାକୁ ଅନୁରୋଧ କରିଥିଲେ । ତତସହିତ ଦାଇତ୍ୱରେ ଥିବା କର୍ମଚାରୀ ମାନେ ମଧ୍ୟ ସତର୍କତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ଟିମ ରେ ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା , ଉପସଭାପତି ସଦାଶିବ ଦାସ, ବିଜେଡି ଯୁବନେତା ଚିତ୍ତରଞ୍ଜନ ମହାପାତ୍ର , ମନୋଜ ମହାରଣା , ନାହାଙ୍ଗ ସରପଞ୍ଚ ଚିତ୍ତରଞ୍ଜନ ମହାନ୍ତି, ଭାଗବତ ସେଠି , ସନ୍ତୋଷ ମହାପାତ୍ର, ସୁକାନ୍ତ ମହାପାତ୍ର ସମେତ ବହୁ ବିଜେଡି ର କର୍ମକର୍ତା ମାନେ ଏଥିରେ ସାମିଲ ହୋଇଥିଲେ ।
