ଓଡ଼ିଶା ତାଜା ନ୍ୟୁଜ୍/୨୦ ଜୁଲାଇ ବୁଧବାର/ବୈପାରିଗୁଡା :- ବାଘ ଛାଲ ବିକ୍ରି ପାଇଁ ଚାଲିଥିଲା ଯୋଜନା । ହେଲେ ସବୁ କିଛି ଯୋଜନା ଫେଲ୍ ମାରିଦେଲା । ଏହି ଯୋଜନା ଚାଲିଥିବା ବେଳେ ଚଢାଉ କଲା ରାମଗିରି ବନବିଭାଗର କର୍ମଚାରୀ ମାନେ । ବାଘ ଛାଲ ସହ ଜଣେ ବେପାରୀଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ବିଭାଗ । ତେବେ ବାହାର ରାଜ୍ୟକୁ ଜଣେ ଦଲାଲ ଚାଲାଣ ପାଇଁ ଅନ୍ୟ ଜଣଙ୍କ ସହ ଡିଲ କରୁଥିବା ସମୟରେ ରାମଗିରି ରେଞ୍ଜର କାର୍ତିକେଶ୍ୱର ଖଣ୍ଡାଇ ଓ ତାଙ୍କ କର୍ମଚାରୀ ମାନେ ଚଢାଉ କରି ଜଣେ ଯୁବକ ଓ ବାଇକ ସହ ବାଘ ଛାଲ ଜବତ କରି ବଡ ସଫଳତା ହାସଲ କରିଛନ୍ତି ।

ରାମଗିରି ରେଞ୍ଜର ପାଖ ଜଙ୍ଗଲ ରେ ହିଁ ଚଢାଉ କରି ଜବତ ହୋଇଛି ବାଘ ଛାଲ ବୋଲି ଜଣାପଡିଛି । ଖବର ଅନୁଯାୟୀ ଏହି ସ୍ଥାନରେ ବାଘ ଛାଲି ବିକ୍ରି ହେଉଥିବା ନେଇ ରାମଗିରି ବନାଂଚଳକୁ ସୂଚନା ମିଳିଥିଲା । ତେବେ ଘଟଣା ସ୍ଥଳକୁ ବନବିଭାଗ କର୍ମଚାରୀ ମାନେ ଗଲା ବେଳେ ଡିଲ୍ ଚାଲିଥିବା ସ୍ଥାନରୁ ବାଘ ଛାଲି ସହିତ ଦଣ୍ଡାବାଡି ଅଂଚଳର ଗୌଡଗୁଡା ଗ୍ରାମର ମନହର ଗୌଡ ( ୨୦ ) ଗିରଫ କରି ସାଙ୍ଗରେ ଆଣିଥିବା ଜଣାପଡିଛି ।
