ଦାସିଆ ଅଜାଙ୍କ ନାମରେ ନୂଆଗାଁ ରେଳ ଷ୍ଟେସନ ନାମିତ ପାଇଁ ଦିଆଗଲା ପ୍ରସ୍ତାବ

ଓଡ଼ିଶା ତାଜା ନ୍ୟୁଜ୍/୧୯ ଜୁଲାଇ ମଙ୍ଗଳବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ରେଳ ଷ୍ଟେସନ କୁ ପ୍ରବାଦ ପୁରୁଷ ଦାସିଆ ଅଜା ଙ୍କ ନାମ ରେ ନାମିତ କରିବା ପାଇଁ ରେଳ ଷ୍ଟେସନ ଉଦ୍ଘାଟନ ଦିନ ଦଶପଲ୍ଲା ବିଧାୟକ ଙ୍କ ସମେତ ନୂଆଗାଁ ବ୍ଲକ୍ ର ଜନ ସାଧାରଣ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଭୁବନେଶ୍ୱର ପୂର୍ବତଟ ରେଳ ବିଭାଗ ଜେନେରାଲ ମ୍ୟାନେଜର ସାରଦ କୁମାର ଶ୍ରୀ ବାସ୍ତବ ଙ୍କୁ ଲିଖିତ ପ୍ରସ୍ତାବ ଦେଇଥିଲେ ।

ବିଧାୟକ ଙ୍କ ସହିତ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ,ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଦାଶରଥି ସଂଗ୍ରହାଳୟ ର ସମ୍ପାଦକ ଦୀପକ ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ରେଳ ବିଭାଗର ବରିଷ୍ଠ ପବ୍ଲିକ ରିଲେସନ ଅଫିସର ନିରାକାର ଦାସ ସହଯୋଗ କରିଥିଲେ। ବିଧାୟକ ଙ୍କ ଏଭଳି କାର୍ଯ୍ୟକୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି ।

Exit mobile version