ଓଡ଼ିଶା ତାଜା ନ୍ୟୁଜ୍/୧୯ ଜୁଲାଇ ମଙ୍ଗଳବାର/ରଣପୁର ବ୍ଲକ୍ ସୁନାଖଳା :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ସୁନାଖଳା ଅଞ୍ଚଳରୁ ଚୋରା ମଦ ଜବତ କରିଛି ସୁନାଖଳା ପୋଲିସ । ଗତକାଲି ସୁନାଖଳା ସୁରକା ବାଡ଼ି ଗ୍ରାମ ର ସୂର୍ଯ୍ୟମଣି ପ୍ରଧାନ ଏକ ଟିଭିଏସ XL ଗାଡି (ଓଡ଼ି -୨୫ ବି ୫୯୭୧ ) ରେ ଦେଶୀ ମଦ ଚୋରା ଚାଲାଣ ସମୟରେ ସୁନାଖଳା ପୋଲିସ ଅଚାନକ ଚଢ଼ାଉ କରି ଅଭିଯୁକ୍ତ କୁ ଗିରଫ କରିବା ସଙ୍ଗେ ସଙ୍ଗେ ତା ଠାରୁ ୧୦୦ ଲିଟର ମଦ ଓ ଗାଡ଼ି ଜବତ କରିଥିବା ଜଣାପଡିଛି ।

ଉକ୍ତ ଅଭିଯୁକ୍ତ ଜଣଙ୍କ ସୂର୍କାବାଡି ରୁ ରାସୋଳ ଯାଉଥିବା ସମୟ ରେ ସୁନାଖଳା ପୋଲିସ ରେଲୱେ ଓଭର ବ୍ରିଜ ଉପରୁ ଚଢ଼ାଉ କରି ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ଜଣା ଯାଇଛି । ସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ପେଟ୍ରୋଲିଂ ସମୟରେ ଏହି ଚଢ଼ାଉ କରିଥିବା ସୂଚନା ମିଳିଛି । ରଣପୁର ଥାନା ରେ ୧୭୩/୨୨ ରେ ମାମଲା ରୁଜ୍ଜୁ କରାଯାଇ ଉକ୍ତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିଲା ।
