ପୂର୍ବତଟ ରେଳପଥର ସ୍ମରଣୀୟ ଅଜାଦି କି ରେଳ ଅଓର ଷ୍ଟେସନ ସପ୍ତାହ ପାଳନ ଉତ୍ସବ ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ୍/୧୮ ଜୁଲାଇ ସୋମବାର/ଖୋର୍ଦ୍ଧା-ଜଟଣୀ :- ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ ଭାବେ ପୂର୍ବ ତଟ ରେଳପଥ ଦ୍ୱାରା ସ୍ମରଣୀୟ ‘ଆଜାଦୀ କି ରେଲଗାଡି ଏବଂ ଷ୍ଟେସନ’ ସପ୍ତାହ ପାଳନ ଉସ୍ଛବ ଉଦ୍ଘାଟିତ । ଭାରତୀୟ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ‘ଆଜାଦୀ କା ଅମୃତ ମହୋତ୍ସବ’ ସପ୍ତାହ ପାଳନ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ଚଳିତ ମାସ ୧୮ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ସ୍ମରଣୀୟ ‘ଆଜାଦୀକି ରେଲଗାଡି ଏବଂ ଷ୍ଟେସନ’ ସପ୍ତାହ ପାଳନ କରାଯାଉଅଛି । ସନ୍ଧ୍ୟାରେ ଖୋର୍ଦ୍ଧାରୋଡ ରେଳ ଷ୍ଟେସନରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ସପ୍ତାହ ବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।

ସ୍ୱାଧୀନତା ସଂଗ୍ରାମର ବିଶାଳ ଐତିହାସିକ ପାଇକ ବିଦ୍ରୋହ ଏବଂ ଖୋର୍ଦ୍ଧା ଅଞ୍ଚଳର ଇତିହାସକୁ ମଣ୍ଡନ କରୁଥିବା ଏକ ପ୍ରଦର୍ଶନୀକୁ ଶ୍ରୀ ଶ୍ରୀବାସ୍ତବ ଉଦ୍ଘାଟନ କରିଥିବା ବେଳେ ଏହାକୁ ସ୍ମରଣୀୟ କରିବା ପାଇଁ ଖୋର୍ଦ୍ଧାରୋଡ ରେଳ ମଣ୍ଡଳର ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସର ସ୍ବେଚ୍ଛାସେବୀମାନେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ । ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶର ସମସ୍ତ ରେଳବାଇ ଜୋନ ଓ ରେଳ ମଣ୍ଡଳ ଦ୍ୱାରା ଆୟୋଜିତ ଦେଶବ୍ୟାପୀ ସ୍ମରଣୀୟ ‘ଆଜାଦୀ କି ରେଲଗାଡି ଔର ଷ୍ଟେସନ’ ସପ୍ତାହ ପାଳନ ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ ।
ତଦନୁସାରେ ସ୍ୱାଧୀନତା ସଂଗ୍ରାମ ସହିତ ଜଡିତ ଥିବା ଦେଶର ୭୫ ଟି ରେଳ ଷ୍ଟେସନକୁ ମନୋନୀତ କରାଯାଇଅଛି

ଯେଉଁଠାରେ ଆଜାଦୀ କି ରେଲଗାଡି ଏବଂ ଷ୍ଟେସନ ଆଧାରରେ ଉପରୋକ୍ତ ଷ୍ଟେସନ ଗୁଡିକରେ ଏହି ସ୍ମରଣୀୟ ସପ୍ତାହ ପାଳନ କରାଯିବ । ସମଗ୍ର ଦେଶରେ ମନୋନୀତ ଷ୍ଟେସନ୍ ଗୁଡିକ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ପାଞ୍ଚଟି ଷ୍ଟେସନ୍ ମନୋନୀତ ହୋଇଛି । ସମସ୍ତ ମନୋନୀତ ଷ୍ଟେସନଗୁଡିକୁ ସପ୍ତାହ ବ୍ୟାପି ରଙ୍ଗୀନ ଆଲୋକରେ ସୁସଜ୍ଜିତ କରାଯାଇ ଆଲୋକିକରଣ କରାଯିବ ଏବଂ ଏହି ସମୟ ମଧ୍ୟରେ ଐତିହାସିକ ବିଷୟବସ୍ତୁକୁ ଆଧାର କରି ଷ୍ଟେସନ ମାନଙ୍କରେ ଡିଜିଟାଲ୍ ସ୍କ୍ରିନ୍ ମାଧ୍ୟମରେ ପ୍ରଦର୍ଶିତ କରାଯିବ । ସ୍ମରଣୀୟ ‘ଆଜାଦୀ କି ରେଲଗାଡି ଔର ଷ୍ଟେସନ’ ସପ୍ତାହ ଉତ୍ସବକୁ ପାଳନ କରିବା ପାଇଁ ଉପରୋକ୍ତ ଷ୍ଟେସନରେ ଦେଶଭକ୍ତି ଗୀତ, ସ୍ଥାନୀୟ ଭାଷାରେ ପଥପ୍ରାନ୍ତ ନାଟକ ମଧ୍ୟ ପରିବେଷଣ କରାଯିବ |

ସେହିପରି ଷ୍ଟେସନ୍ ସମ୍ବନ୍ଧରେ କିମ୍ବା ଷ୍ଟେସନର ଇତିହାସ ସମ୍ବନ୍ଧରେ ସ୍ୱତନ୍ତ୍ର ବ୍ରାଣ୍ଡିଂ କରାଯିବ ।
ପୂର୍ବତଟ ରେଳପଥ ମଧ୍ୟରେ ମନୋନୀତ ଷ୍ଟେସନଗୁଡିକ ହେଉଛି ଖୋର୍ଦ୍ଧାରୋଡ୍, କଟକ, ସାକ୍ଷୀଗୋପାଳ, ସମ୍ବଲପୁର ଏବଂ ବିଶାଖାପାଟନମ୍ । ସର୍ଵପରି ଉଦଯାପନୀ ଦିବସରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ଆମନ୍ତ୍ରଣ କରାଯାଇ ସେମାନଙ୍କ ଠାରୁ ସେମାନଙ୍କର ପରିବାରର ସ୍ୱାଧୀନତା ସଂଗ୍ରାମ ସହିତ ଜଡିତ ଥିବା କାହାଣୀକୁ ବଖାଣିବାକୁ ଅନୁରୋଧ କରାଯିବ | ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ, ରେଳପଥର ପ୍ରମୁଖ କାର୍ମୀକ ଅଧିକାରୀ ଶ୍ରୀ ତୁଷାର କାନ୍ତି ମଣ୍ଡଳ, ପ୍ରମୁଖ ଯନ୍ତ୍ରୀ ଶ୍ରୀ ଏନ.ଏସ. ଉଇକେ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

Exit mobile version