ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ଭୂମିହୀନ ଓ ଗରିବ ଲୋକଙ୍କୁ ଜମିପଟ୍ଟା ଓ ଘରଡିହ ପଟା ପ୍ରଦାନ

ଦାବି କରି ଅଖିଳ ଭାରତ କିସନ ମଜଦୂର ସଂଘ ତରଫରୁ ଗଣ ବିକ୍ଷୋଭ

ଓଡ଼ିଶା ତାଜା ନ୍ୟୁଜ୍/୧୮ ଜୁଲାଇ ସୋମବାର/ପାରଳାଖେମୁଣ୍ଡି  :- କେନ୍ଦ୍ର ସରକାର ଆଦିବାସୀ ବିରୋଧୀ ପ୍ରସ୍ତାବିତ ଜଙ୍ଗଲ ସଂରକ୍ଷଣ ନିୟମରେ ସଂଶୋଧନକୁ ପ୍ରତ୍ୟାହାର କରିବା, ଏବଂ କାଶୀନଗର ବ୍ଲକର ଭୂମିହୀନ ଓ ଗରିବ ଲୋକଙ୍କୁ ଯଥାଶୀଘ୍ର ଜମି ପଟ୍ଟା ଓ ଘର ଡିହ ପଟ୍ଟା ପ୍ରଦାନ କରିବା, ଜଙ୍ଗଲ ଜମିରେ ଚାଷ ଓ ବାସ କରି ରହୁଥିବା ଆଦିବାସୀ ଓ ଅନ୍ୟ ପାରମ୍ପାରିକ ବନଜୀବିଙ୍କୁ ଜଙ୍ଗଲ ଅଧିକାର ପଟ୍ଟା ପ୍ରଦାନ କରିବା,

ଇତ୍ୟାଦି ଦାବୀ ନେଇ ଅଖିଳ ଭାରତ କିଶାନ୍ ମଜଦୁର ସଭା ପକ୍ଷରୁ ଆଜି ପୂର୍ବାରେ କାଶୀନଗର ଷ୍ଟେଟ୍ ବ୍ୟାଙ୍କ ଛକ ଠାରୁ ଏକ ପଟୁଆର ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମରେ ସଂଘ ର କାଶୀନଗର ବ୍ଲକ ସଭାପତି କେଦାର ଶବର ଙ୍କ ନେତୃତ୍ୱରେ ଶହ ଶହ ଆଦିବାସୀ ପୁରୁଷ ଓ ମହିଳା ଭାଗ ନେଇଥିଲେ।

Exit mobile version