ରୀ ଜଗନ୍ନାଥ କଳା କେନ୍ଦ୍ର ପକ୍ଷରୁ ପାରଳାଖେମୁଣ୍ଡି କରଣ ସାହି : ବିଜୟ କ୍ଲବ ଠାରେ ଶାସ୍ତ୍ରୀୟ ନୃତ୍ୟକୁ ନେ଼ଇ ଏକ ସେମିନାର ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍/୧୮ ଜୁଲାଇ ସୋମବାର/ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ବିଜୟ କ୍ଲବ୍ ଠାରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଅଛି । ସୀମାରେ ଏହି ଶୃଙ୍ଖ ଳିତ ଶାସ୍ତ୍ରୀୟ ନୃତ୍ୟକୁ ପ୍ରତିଟି ପରିବାର ଆପଣେଇବାକୁ ବକ୍ତାମାନେ ଉଦବୋଧନ ଦେଇଥିଲେ । ଏହି ଅବସରରେ ଜିଲ୍ଲା ପ୍ରଶାସନ ଦ୍ବାରା ପଞ୍ଜୀକୃତ୍ ଅନୁମତି ପାଇଁ ଏହି ଅନୁଷ୍ଠାନର ପ୍ରାଣକର୍ତା ତଥା ସମ୍ପାଦିକା ଡି.ପ୍ରିୟଙ୍କା ଜିଲ୍ଲାପ୍ରଶାସନ କୁ ଭୂୟସୀ ପ୍ରଶଂସା କରିଥିଲେ ।

ମୁଖ୍ୟ ଅତିଥିଭାବେ ପାରଳା ପୌର ପରିଷଦର ଅଧକ୍ଷା ନିର୍ମଳା ସେଠୀ,ମୁଖବକ୍ତା ଭାବେ ଡ଼କ୍ଟର କଲ୍ୟାଣୀ ମିଶ୍ର,ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା,ଆଦର୍ଶ ଦାସ,ମମତା ପାଢ଼ୀ, ଡି ମୋହଂନ୍ ରାଓ,ସ୍ମିତା ମିଶ୍ର, ମଞ୍ଚାସିନ ଥିଲେ । ଅରୂପାଞ୍ଜଳି ମହାନ୍ତି ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବାଳକୃଷ୍ଣ ପାଣିଗ୍ରାହୀ, ନିତ୍ୟାନନ୍ଦ ଚୌଧୁରୀ, ଵିଷ୍ଟୁ ପ୍ରସାଦ ପଣ୍ଡା, ପ୍ରଭୃତିଙ୍କ ସହଯୋଗରେ ଏହି ସାଂସ୍କୃତିକ ସମାରୋହ ସମାପନ ହୋଇଥିଲା ।

Exit mobile version