ଉଫୁନା ପକ୍ଷରୁ ତତ୍ତ୍ୱବୋଧ ଓଡ଼ିଆ ଭାଗବତ ଓ ବେଦବ୍ୟାସ ରଚିତ ବ୍ରହ୍ମସୂତ୍ର ପୁସ୍ତକ ଉନ୍ମୋଚନ

ଓଡ଼ିଶା ତାଜା ନ୍ୟୁଜ୍/୧୮ ଜୁଲାଇ ସୋମବାର/ଭୁବନେଶ୍ୱର :- ଉଫୁନା ପକ୍ଷରୁ ବିଶ୍ୱ ନେଲସନ ମାଣ୍ଡେଲାଙ୍କ ଜନ୍ମ ଦିବସ ଅବସରରେ ପ୍ରଫେସର ଡଃ ସୁରେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ଦୁଇଟି ଆଧ୍ୟାତ୍ମିକ ପୁସ୍ତକ ତତ୍ତ୍ୱବୋଧ ଓଡ଼ିଆ ଭାଗବତ ଓ ମହର୍ଷି ଦେବବ୍ୟାସ ବିରଚିତ ବ୍ରହ୍ମସୂତ୍ର ଏବଂ କବି ଦୁର୍ଗାଚରଣ ରାଉତଙ୍କ ଲିଖିତ ଭାଗବତ ତତ୍ତ୍ୱ (୨ଖଣ୍ଡ)କୁ ମାନ୍ୟବର ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଆଭାସୀ ମାଧ୍ୟମରେ ଉନ୍ମୋଚନ କରିଥିଲେ । ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ଉଫୁନାର ରାଜ୍ୟ ଅଧ୍ୟକ୍ଷ ଆଡ଼ଭୋକେଟ ମନୋରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ ଏବଂ ଉଫୁନାର ସାଧାରଣ ସମ୍ପାଦକ ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ କବି ବାହାଦୂର ପାଟ୍ଟସାହାଣୀ ସ୍ୱାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିବା ବେଳେ ମହାସଚିବ ଡଃ ଦୀପୟାନ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଗର ଉନ୍ନୟନ ବିଭାଗର ପ୍ରାକ୍ତନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମୀନକେତନ ଦାସ ଡଃ ମହାନ୍ତିଙ୍କ ପୁସ୍ତକ ଉନ୍ମୋଚିତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ମୁଖ୍ୟ ବକ୍ତା ଶ୍ରୀ ରବୀନ୍ଦ୍ର ପାତ୍ର ଏପରି କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରି କହିଲେ ଯେ, ଆଧ୍ୟାତ୍ମିକ ପୁସ୍ତକ ଲୋକମାନଙ୍କ ମନରେ ଆଧ୍ୟତ୍ମିକ ଜାଗରଣ ସୃଷ୍ଟି କରିପାରିବ । ଅବସରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡଃ ପ୍ରମୋଦ କୁମାର ନାୟକ ପୁସ୍ତକ ତିନୋଟିକୁ ସମୀକ୍ଷା କରିଥିଲେ । ପ୍ରଥମ ଅଧିବେଶନରେ ବିଶିଷ୍ଟ କବି ଡଃ ନୃସିଂହା ନନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଆକର୍ଷଣୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।

ଏଥିରେ କବି ବିଦ୍ୟାଧର ଖଟୁଆ ଓ ଅଧ୍ୟାପକ କ୍ଷୀରୋଦ ଚନ୍ଦ୍ର ନାୟକ ଅତିଥି ଭାବେ ଯୋଗ ସେଇଥିଲେ । କବି ବିଜୟ ଲକ୍ଷ୍ମୀ ସାହୁ, ଗୀତିକାର ଲଳିତ ନାରାୟଣ ରଥ କବିତା ଗୁଡ଼ିକୁ ସଂଯୋଜନା କରିଥିଲେ । ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡଃ ନୃସିଂହା ନନ୍ଦ ମହାପାତ୍ର, ଗୀତିକାର ଲଳିତ ନାରାୟଣ ରଥ, କବି ସୂର୍ଯ୍ୟକାନ୍ତି ବାରିକ, ଡଃ ସୁରେନ୍ଦ୍ର ପ୍ରସାଦ ମହାନ୍ତି, ବିଶିଷ୍ଟ କଣ୍ଠଶିଳ୍ପୀ ସୋହିନୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ୫୦ରୁ ଉର୍ଦ୍ଧ୍ୱ କବି ସ୍ୱରଚିତ କବିତା ପାଠ କରିଥିଲେ । ଏଥିରେ ବିଶିଷ୍ଟ ସମାଜସେବୀ ଲଳିତ ମୋହନ ବେହେରା ଯୋଗ ଦେଇଥିଲେ । କଣ୍ଠଶିଳ୍ପୀ ସୋହିନୀ ମିଶ୍ର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଉଫୁନାର ସଭ୍ୟ ସମାଜବାଦୀ ନେତା ସରୋଜ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version