ଗଜପତି ଜିଲ୍ଲା ଅଡବା ଥାନା ଦମଦୁଆ ଗ୍ରାମରେ ନାବାଳିକା ସହ ଶାରୀରିକ ସମ୍ପର୍କ ସ୍ଥାପନ ଅଭିଯୋଗରେ ପୁଅ ଗିରଫ

ପରେମୁଣ୍ଡ ଜାମିନ ସଦୃଶ୍ୟସମ୍ପୃକ୍ତ ନାବାଳିକାକୁ ଅପହରଣ କରି ନେଲେ ପୁଅଘର ଲୋକେ

ପାରଳାଖେମୁଣ୍ଡି :- ନାବାଳିକା ସହ ଶାରୀରିକ ସମ୍ପର୍କ ସ୍ଥାପନ ଅଭିଯୋଗରେ ପୁଅ ଗିରଫ ହେବା ପରେ, ମୁଣ୍ଡ ଜାମିନ ସଦୃଶ୍ୟ ସମ୍ପୃକ୍ତ ନାବାଳିକାକୁ ଅପହରଣ କରିନେଲେ ପୁଅ ଘର ଲୋକେ। ଘଟଣାର ଦୁଇ ମାସ ବିତିଗଲାଣି କିନ୍ତୁ ଝିଅ ବର୍ତ୍ତମାନ ଯାଏ ନିଖୋଜ । ପୁଅ ଜେଲରୁ ମୁକୁଳିବାକୁ ହେଲେ ଝିଅ ବୟାନ ବଳରେ ମୁକୁଳିଯିବ ତେଣୁ ଝିଅକୁ ଅପହରଣ କରିଥିବା ମଧ୍ୟ କୁହାଯାଉଛି । ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଦମାଦୁଆ ଗ୍ରାମରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।

ଏନେଇ ଅଡବା ଥାନାରେ ଅଭିଯୋଗ ହୋଇଥିବା ସତ୍ତ୍ଵେ ଦୀର୍ଘ ଦିନ ହେଲା ନିଖୋଜ ଝିଅର ସନ୍ଧାନ ମିଳୁଥିବାରୁ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ଦମାଦୁଆ ଗ୍ରାମର ନୀଳମଣି ମଳିକଙ୍କ ନାବାଳିକା ଝିଅ ସହ ପ୍ରେମ ସମ୍ପର୍କ ରଖିଥିଲେ ଉକ୍ତ ଗ୍ରାମର ସମୀର ନାଏକ ନାମକ ଜଣେ ଯୁବକ । ଏପରିକି ନାବାଳିକା ଜଣକ ଗତ ମେ ମାସର ୬ ତାରିଖରେ ମେଟ୍ରିକ୍ ପରୀକ୍ଷା ଦେଉଥିବା ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷାରୁ ବଞ୍ଚିତ କରି ସେଠାରୁ ନାବାଳିକାଙ୍କୁ ଦୀର୍ଘ ସମୟଧରି କେଉଁ ଅଜଣା ସ୍ଥାନକୁ ନେଇ ଯାଇଥିଲେ,

ତେବେ ଖୋଜାଖୋଜି କରିବା ବେଳେ ଉକ୍ତ ଯୁବକଙ୍କ ନିକଟରୁ ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରିବା ପରେ ଉକ୍ତ ଦିନ ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ନାବାଳିକାଙ୍କ ପରିବାର ବର୍ଗ । ଅଭିଯୋଗକୁ ଆଧାର କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହାର ତିନି ଦିନ ପରେ ମଇ ମାସ ୧୬ ତାରିଖରେ ଘରେ କେହି ନଥିବା ସୁଯୋଗ ନେଇ ପୁଅ ଘର ଲୋକେ ଓ ସହଯୋଗୀଙ୍କ ସହାୟତାରେ ଅପହରଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ଝିଅର ବୟାନ ବଳରେ ଗିରଫ ପୁଅ ଜେଲରୁ ମୁକୁଳିବେ, ଏଣୁ କୈାଶଳ କ୍ରମେ ନାବାଳିକାଙ୍କୁ ଅପହରଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

ଏପଟେ ଦୁଇ ମାସରୁ ଅଧିକ ସମୟ ଧରି ନାବାଳିକା ଝିଅର ପତ୍ତା ନ ପାଇ କେଉଁ ଅବସ୍ଥାରେ କେଉଁଠି ରହିଛି ଝିଅ ଏହି ଚିନ୍ତାରେ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି ନାବାଳିକାଙ୍କ ମାଁ ଓ ପରିବାର ଲୋକେ ତଥା ଅପହୃତ ନାବାଳିକାଙ୍କ ମାଁ ଗୈାରୀ ମଳିକ ଓ ଘଟଣାର ପ୍ରତ୍ୟକ୍ଷ ଦର୍ଶୀ ଭଜମନ ପ୍ରଧାନ । ଦିନ ପରେ ଦିନ ଗଡି ଚାଲିଛି କିନ୍ତୁ ନାବାଳିକାର ପତା ମିଳୁନି । ଅପହୃତ ନାବାଳିକାଙ୍କ ବାପା ମାଆ ଅଡ଼ବା ଥାନାକୁ ବାରମ୍ବାର ଯୋଗାଯୋଗ କଲେ ଓଲଟା ଥାନା ବାବୁଙ୍କ ଧମକର ଶିକାର ହେବାକୁ ପଡୁଛି । ଏମିତିକି ଝିଅକୁ ଅପହରଣ ହେବା ସମୟର ପ୍ରତ୍ୟକ୍ଷ ଦର୍ଶୀ ଓ ମାମଲାରେ ସାକ୍ଷୀ ଥିବା ବ୍ୟକ୍ତିଙ୍କୁ ହତ୍ୟା ଧମକ ମଧ୍ୟ ମିଳୁଛି ।

ଏଭଳି କିଛି ଅଭିଯୋଗ ନେଇ ଝିଅର ପରିବାର ବର୍ଗ ଓ ମାମଲାର ସାକ୍ଷୀ ଥିବା ବ୍ୟକ୍ତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆସି ଏସପି ଓ ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରୀ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅପହୃତ ନାବାଳିକା ହିନ୍ଦୁ ଆଦିବାସୀ ହୋଇଥିବା ବେଳେ ଅପହରଣ କରିଥିବା ପୁଅ ଘର ପରିବାର ଖ୍ରୀଷ୍ଟିଆନ ସମ୍ପ୍ରଦାୟର । ତେବେ ଏପରି ସ୍ଥଳେ ଏହାକୁ ନେଇ ଉଭୟ ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ହେଉଥିବା ତିକ୍ତତା ସାମ୍ପ୍ରଦାୟିକ ରୂପ ନେବା ଆଶଂକାକୁ କୈାଣସି ମତ୍ତେ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଦମାଦୁଆ ପଞ୍ଚାୟତର ପୂର୍ବତନ ସରପଞ୍ଚ କୁଳ ଚନ୍ଦ୍ର ମଳିକ କହିଛନ୍ତି । ତେବେ ଘଟଣାକୁ ଗମ୍ଭୀରତାର ସହ ନେଇ ଅପରାଧୀମାନଙ୍କୁ ଧରିବା ସହ ଖୁବ୍ ଶୀଘ୍ର ଅପହୃତ ନାବାଳିକାଙ୍କୁ ଉଦ୍ଧାର କରାଯିବ ବୋଲି କହିଛନ୍ତି ଗଜପତି ଏସପି ଜୟରାମ ଶତପଥୀ

Exit mobile version