ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ନୂଆଗଡ ବ୍ଲକ : ପରିମଳ ପଞ୍ଚାୟତ ନୂଆପଲ୍ଲୀଗ୍ରାମ ନିକଟସ୍ଥ ସାତ ଢ଼ୀଙ୍ଗଡ଼ା ପାହାଡ଼ରେ ଭୂସ୍ଖଳନ – ୬ଟି ପଞ୍ଚାୟତକୁ ଯୋଗାଯୋଗ ବିଛନ୍ନ

ଓଡ଼ିଶା ତାଜା ନ୍ୟୁଜ୍/୧୭ ଜୁଲାଇ ରବିବାର /ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ନୂଆଗଡ ବ୍ଲକ ପରିମଳ ପଞ୍ଚାୟତ ଅନ୍ତର୍ଗତ ନୂଆପଲ୍ଲୀ ଗ୍ରାମରେ ଭୂସ୍ଖଳନ ହୋଇଛି । ଲଗାଣ ବର୍ଷା ଯୋଗୁଁ ଗ୍ରାମ ନିକଟରେ ଥିବା ସାତ ଢିଙ୍ଗଡା ପାହାଡରୁ ଏହି ଭୂସ୍ଖଳନ ହୋଇଥିବା ଜଣାପଡିଛି । ଯାହାଫଳରେ ପାହାଡରୁ ପ୍ରାୟ ୨ଫୁଟରୁ ମାଟି ଅତଡା ସମେତ ପଥର, ଗଛ ଓ ବର୍ଷା ପାଣି ନୂଆପଲ୍ଲୀ ଗ୍ରାମରେ ପଶିଯାଇଛି ।

ଏଥିରେ କେହି ମୃତାହତ ହୋଇନଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ଯ ତାହାର ସଠିକ ତଥ୍ଯ ହସ୍ତଗତ ହୋଇପାରିନି । ପଥର, ମାଟି ଅତଡା ଓ ଗଛ ଗୁଡିକ ରାସ୍ତା ଉପରେ ପଡି ରହିଥିବାରୁ ୬ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏପରିକି ନୂଆଗଡ ରୁ ରାୟଗଡା ଜିଲ୍ଲାର ଗୁଣୁପୁର ଯିବା ରାସ୍ତାରେ ଥିବା ଏକ ପୋଲ ନିକଟରେ ରାସ୍ତା ଧୋଇ ହୋଇଯାଇଛି ।

 

Exit mobile version