ଓଡ଼ିଶା ତାଜା ନ୍ୟୁଜ୍/୧୭ ଜୁଲାଇ ରବିବାର /ଭୁବନେଶ୍ୱର :- ଆଷ୍ଟର୍ ସିଏମ୍ଆଇ ହସ୍ପିଟାଲ, ବେଙ୍ଗାଲୁରୁ ପକ୍ଷରୁ ରାଜ୍ୟରେ ପେଡିଆଟ୍ରିକ୍ ଲିଭର୍ ଟ୍ରାନ୍ସପ୍ଲାଂଟ୍ର କାର୍ଯ୍ୟକାରିତା ପାଇଁ ଓଡିଶା ସରକାରଙ୍କ ସହ ଏକ ଏମ୍ଓୟୁ ସ୍ୱାକ୍ଷର କରାଯାଇଛି । ଓଡିଶାର ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ; ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମୁଖ୍ୟ ସଚିବ ଶ୍ରୀ ନିକୁଞ୍ଜ ବିହାରି ଧଳ ଆଇଏସ; ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଂ (ଡିଏମ୍ଇଟି), ଓଡିଶାର ନିର୍ଦ୍ଦେଶକ ଡଃ ରାମ ରମଣ ମହାନ୍ତି, ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଂ (ଡିଏମ୍ଇଟି), ଓଡିଶାର ଅତିରିକ୍ତ ନିର୍ଦ୍ଦେଶକ ପ୍ରଫେସର (ଡଃ) ଉମାକାନ୍ତ ଶତ୍ପଥୀ ଏବଂ ଆଷ୍ଟର୍ ସିଏମ୍ଆଇ ହସ୍ପିଟାଲ, ବେଙ୍ଗାଲୁରୁର ସିଇଓ ଶ୍ରୀ ରମେଶ କୁମାରଏସଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷର କରାଯାଇଛି ।

ଏହି ଚୁକ୍ତି ଅଧିନରେ ଆଷ୍ଟର୍ ସିଏମ୍ଆଇ ହସ୍ପିଟାଲ କଟକର ଏସ୍ସିବି ମେଡିକାଲ କଲେଜ ହସ୍ପିଟାଲରେ ପେଡିଆଟ୍ରିକ୍ ଲିଭର୍ ଟ୍ରାନ୍ସପ୍ଲାଂଟ୍ ୟୁନିଟ୍ ସ୍ଥାପନ କରିବ । ଏହି ଏମ୍ଓୟୁ ମାଧ୍ୟମରେ, ଆଷ୍ଟର୍ ସିଏମ୍ଆଇ ହସ୍ପିଟାଲ ସାଧାରଣ ଲୋକ, ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କୁ ଏସମ୍ପର୍କରେ ଶିକ୍ଷିତ କରିବ, କ୍ଷମତା ନିର୍ମାଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡିକୁ କାର୍ଯ୍ୟକାରୀ କରିବ, ଅର୍ଗାନ୍ ସେୟାରିଂ ରେଜିଷ୍ଟିଗୁଡିକୁ ସ୍ଥାପନ କରିବ ଏବଂ ସର୍ବୋତମ ଅଭ୍ୟାସଗୁଡିକର କାର୍ଯ୍ୟକାରିତାରେ ସାହାଯ୍ୟ କରିବ । ଆଷ୍ଟର୍ ସିଏମ୍ଆଇ ହସ୍ପିଟାଲର ଡାକ୍ତରମାନେ କଟକର ଏସ୍ସିବି ମେଡିକାଲ କଲେଜ ହସ୍ପିଟାଲରେ ପିଲାମାନଙ୍କର ସ୍କ୍ରିନିଙ୍ଗ୍ କରିବେ ଏବଂ ଲିଭର୍ ଟ୍ରାନ୍ସପ୍ଲାଂଟ୍ ଆବଶ୍ୟକ କରୁଥିବା ପିଲାମାନଙ୍କୁ ଟ୍ରାନ୍ସପ୍ଲାଂଟ୍ ପାଇଁ ଆଷ୍ଟର୍ ସିଏମ୍ଆଇ ହସ୍ପିଟାଲକୁ ରେଫର୍ କରାଯିବ ।
