ଓଡ଼ିଶା ତାଜା ନ୍ୟୁଜ୍/୧୭ ଜୁଲାଇ ରବିବାର /ଭୁବନେଶ୍ୱର :- କ୍ୟୁରିଅସ୍ କବ୍ସ ପ୍ରି-ସ୍କୁଲ୍ ହେଉଛି ପୂର୍ବ ଭାରତ ଓ ଦେଶର ଅନ୍ୟ ପ୍ରାନ୍ତ ମଧ୍ୟରେ ଆଦ୍ୟ ବାଲ୍ୟକାଳ ଶିକ୍ଷାର ଗୁଣାତ୍ମକ ମାନରେ ରହିଥିବା ଅଭାବକୁ ଦୂର କରିବା ଲାଗି ଏକ ଅଭିଯାନ । ଏହା ଝାରସୁଗୁଡ଼ାରେ ନୂତନ କେନ୍ଦ୍ର ଖୋଲିଛି । ରବିବାର (ଜୁଲାଇ ୧୭, ୨୦୨୨) ଦିନ ଝାରସୁଗୁଡ଼ାର ମଙ୍ଗଲବଜାରରେ କ୍ୟୁରିଅସ୍ କବ୍ସ ପ୍ରି-ସ୍କୁଲର ନୂଆ କେନ୍ଦ୍ରକୁ ବେଦାନ୍ତ ଝାରସୁଗୁଡ଼ାର ସିଇଓ ଶ୍ରୀଯୁକ୍ତ ସୁନିଲ ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି ଓ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନବ କିଶୋର ଦାସଙ୍କ ପ୍ରତିନିଧି ମିସ୍ ଦୀପାଲି ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

କ୍ୟୁରିଅସ୍ କବ୍ସର ପ୍ରଥମ ଶାଖା ସମ୍ବଲପୁରରେ ରହିଛି ଯାହା ହେଉଛି ସମ୍ବଲପୁର, ରାଉରକେଲା ଓ ଭୁବନେଶ୍ୱର ଆଦିରୁ ୬୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଅନ୍ୟତମ ଅଗ୍ରଣୀ ପ୍ରି-ସ୍କୁଲ୍ରେ ପରିଣତ ହୋଇଛି । କ୍ୟୁରିଅସ୍ କବ୍ସର ସହ ପ୍ରତିଷ୍ଠାତା ଓ ସହ ଅଧ୍ୟକ୍ଷା ମିସ୍ ଦେବଶ୍ରୀ ଦେବଯାନି ନିଜ ଅଭିଭାଷଣରେ କହିଛନ୍ତି ଯେ ଏହି ସ୍କୁଲର ଯାତ୍ରା ୭ ଜଣ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ ହୋଇ ୫ରୁ ଅଧିକ କେନ୍ଦ୍ରରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀରେ ପହଂଚିଛି । ଏହା ହେଉଛି ସମ୍ପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଥିବା ସଂସ୍ଥା ଯାହାର ୮୦ରୁ ଅଧିକ ମହିଳା ଷ୍ଟାଫ୍ ରହିଛନ୍ତି । ଭାରତର ୧୫୦୦+ ଏକ୍ସିଡ୍ ସ୍କୁଲ୍ ମଧ୍ୟରେ ଶ୍ରେଷ୍ଠ ୨୫ ପ୍ରେରଣାଦାୟୀ ସ୍କୁଲ ମଧ୍ୟରେ ଏହା ସ୍ଥାନ ପାଇଛି ।
