କୃଷି ନିର୍ଦ୍ଧାରଣ କମିଟି ବୈଠକ ଅଧାରୁ ଅଟକିଲା – ଦରମା ବନ୍ଦ ନିର୍ଦ୍ଦେଶ

ଓଡ଼ିଶା ତାଜା ନ୍ୟୁଜ୍/୧୬ ଜୁଲାଇ ଶନିବାର/ବରଗଡ଼ :- ବରଗଡ଼ ଜିଲ୍ଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଖରିଫ୍‌-୨୦୨୨ ପାଇଁ ଜିଲା କୃଷି ନିର୍ଦ୍ଧାରଣ ବୈଠକରେ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଉପସ୍ଥିତ ଅଧିକାରୀଙ୍କୁ ତାଗିଦ୍‌ କରିବା ଏବଂ ବୈଠକ ଅଧାରୁ ଅଟକିଯିବା ଘଟଣା ଜିଲ୍ଲା ପ୍ରଶାସନିକ ମହଳରେ ଚର୍ଚ୍ଚାର ବିଷୟ ହୋଇଛି। କେବଳ ସେତିକି ନୁହେଁ, ଜିଲ୍ଲାପାଳ ବାନାର୍ଜୀ ବୈଠକରେ ଅନୁପସ୍ଥିତ କର୍ମଚାରୀ ଏବଂ ଠିକ୍‌ ତଥ୍ୟ ଦେଇ ପାରି ନଥିବା ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପୁଣି ଆସନ୍ତା ୨୨ତାରିଖ ସନ୍ଧ୍ୟା ୫ଟାରେ ଉକ୍ତ ବୈଠକ ହେବ ବୋଲି ସୂଚନା ଦିଆଯାଇଛି ।

ପ୍ରକାଶ ଯେ, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଉକ୍ତ ବୈଠକ ଆରମ୍ଭ ହୋଇଥିଲା। ବୈଠକରେ ଜିଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ମହାରଣାଙ୍କ ସମେତ ଅନ୍ୟ ବିଭାଗୀୟଅଧିକାରୀ,କର୍ମଚାରୀମାନେ ଉପସ୍ଥିତ ଥିଲେ ଓ କିଛି କର୍ମଚାରୀ ବୈଠକକୁ ଆସି ନ ଥିଲେ । ତେବେ ବୈଠକ ଆରମ୍ଭ ହେବା ପରେ ଜଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ଉପସ୍ଥିତ କୃଷି ଅଧିକାରୀଙ୍କୁ କୃଷି ସମ୍ପର୍କୀତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। କେତେକ ଅଧିକାରୀ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ ।

ଏପରିକି ଭୁଲ ତଥ୍ୟ ଦେଇଥିବା ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଭାଗୀୟ ଅଧିକାରୀ ଠିକ୍‌ ତଥ୍ୟ ଦେଇ ନ ପାରିବା ଏବଂ ଅନେକ ବିଭାଗୀୟ କର୍ମଚାରୀ ଅନୁପସ୍ଥିତ ରହିବା ଜାଣି ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ବର୍ଷିଥିଲେ । ଏହା ସହିତ ସ°ପୃକ୍ତ କୃଷି ଅଧିକାରୀ, କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇ ବୈଠକରୁ ଉଠି ଚାଲି ଯାଇଥିଲେ।

Exit mobile version