ରାଜ୍ୟ ସମାଜସେବୀ ମହାସଂଘକୁ ନୟାଗଡ଼ ଜିଲ୍ଲାରୁ – ୩ ମନୋନୀତ

ଓଡ଼ିଶା ତାଜା ନ୍ୟୁଜ୍/୧୬ ଜୁଲାଇ ଶନିବାର/ନୟାଗଡ଼ :- ରାଜ୍ୟ ସମାଜସେବୀ ମହାସଂଘ କୁ ନୟାଗଡ଼ ଜିଲ୍ଲାରୁ ୩ ଜଣ ବିଭିନ୍ନ ପଦକୁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ଅମରେନ୍ଦ୍ର ସାହୁ, ରାଜ୍ୟ ଉପସଭାପତି, ସାରସ୍ଵତ ବିଭୂପଦ, ରାଜ୍ୟ ସହ ସମ୍ପାଦକ ଓ ବିଶ୍ୱଜିତ୍ ସୁବୁଦ୍ଧି, ରାଜ୍ୟ ଯୁଗ୍ମ ସମ୍ପାଦକ । ନୟାଗଡ଼ ଜିଲ୍ଲା ସମେତ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଏମାନଙ୍କୁ ନିଯୁକ୍ତି ମିଳିଛି ।

ମହାସଂଘ କୁ ସୁଦୃଢ଼ କରିବାପାଇଁ ଚଳିତ ବର୍ଷ ମହାସଂଘ ସଭାପତି ନରୋତ୍ତମ ଦାସ, ମହାସଚିବ ପଣ୍ଡିତ ଶ୍ରୀପତି ଆଚାର୍ଯ୍ଯ ଓ ସମ୍ପାଦକ ନାରାୟଣ ସାହୁ ଙ୍କ ତତ୍ତ୍ଵାବଧାନରେ ନୟାଗଡ଼ ଜିଲ୍ଲାର ୩ ଜଣ ସମାଜସେବୀ ଙ୍କୁ ଉପରୋକ୍ତ ପଦ ପାଇଁ ଚୟନ କରାଯାଇଛି । ଏହି ମହାସଂଘ ବିଭିନ୍ନ ଜିଲ୍ଲାରେ ତଥା ବ୍ଲକରେ ରକ୍ତଦାନ ଶିବିର, କୋଭିଡ୍ ସଚେତନତା, ଦିବ୍ୟାଙ୍ଗ ଓ ଅସହାୟ ଙ୍କୁ ସହାୟତା ଓ ପାରିବାରିକ ସମସ୍ୟା ର ସମାଧାନ କରିବା ଦିଗରେ କାର୍ଯ୍ୟ କରୁଛି ।

Exit mobile version