ନଦୀ ପାର ହେବା ସମୟରେ ଅଳ୍ପକେ ବର୍ତିଲେ ଶିକ୍ଷକ

ଓଡ଼ିଶା ତାଜା ନ୍ୟୁଜ୍/୧୬ ଜୁଲାଇ ଶନିବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା କୋଷଳାଙ୍ଗ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ପ୍ରଭାତ କୁମାର ଆଚାର୍ଯ୍ୟ ବାଘୁଆ ନଦୀ ପାର ହେବା ସମୟରେ ନିଜ ଜୀବନକୁ ରକ୍ଷା କରି ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ନିଜ ଗାଡ଼ି ନଦୀ ପାଣିରେ ଭାସିଯାଇଥିବା ଜଣା ପଡ଼ିଛି । ସୂଚନା ଅନୁଯାୟୀ ଶିକ୍ଷକ ଶ୍ରୀ ଆଚାର୍ଯ୍ୟ ବିଦ୍ୟାଳୟରୁ ଶିକ୍ଷାଦାନ ଶେଷ କରି ବାଘୁଆ ନଦୀ ପାର ହେବା ସମୟରେ ନଦୀ ମଝିରେ ଗାଡ଼ି ଷ୍ଟାର୍ଟ ବନ୍ଦ ହୋଇ ଯାଇଥିଲା । 

ଉପର ପଟରେ ପ୍ରବଳ ବର୍ଷା ଯୋଗୁଁ ହଠାତ୍ ନଦୀ ରେ ପାଣି ଆସିବା ଦ୍ବାରା ୫୦ ମିଟର ଶିକ୍ଷକ ଜଣଙ୍କ ନଦୀରେ ଭାସି ଯାଇଥିଲେ । ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ଶିକ୍ଷକ ଗାଡ଼ିକୁ ଛାଡି ଦେଇ ବହୁ କଷ୍ଟରେ ନଦୀ ପାର ହୋଇ ଜୀବନ ବଞ୍ଚାଇଥିଲେ।କିନ୍ତୁ ନଦୀ ରେ ବଢ଼ି ଆସିବା ଦ୍ବାରା ଗାଡ଼ି ଟି ଭାସିଯାଇଥିଲା । ଏପଟେ ଅଧ ପନ୍ତରିଆ ହୋଇ ରହିଥିବା ବ୍ରିଜ୍ କାମ ଶୀଘ୍ର ଶେଷ କରିବାକୁ ଜନ ସାଧାରଣ ରେ ଦାବୀ ହୋଇଛି ।

Exit mobile version