ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି, ଗୁମ୍ମା, ଓଚନ୍ଦ୍ରଗିରି ଠାରେ ବିଶ୍ଵ ଯୁବ ଦକ୍ଷତା ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍/୧୫ ଜୁଲାଇ ଶୁକ୍ରବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି, ଗୁମ୍ମା ଓ ଚନ୍ଦ୍ରଗିରି ଠାରେ ବିଶ୍ଵ ଯୁବ ଦକ୍ଷତା ଦିବସ ପାଳିତ ହୋଇଯାଇଛି l ଗଜପତି ଜିଲ୍ଲା ନିୟୋଜନ ଅଧିକାରୀ ସୌଭାଗ୍ୟ ସ୍ମୁତି ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଏବଂ ଶ୍ରୀମତୀ ଭୁବନେଶ୍ଵରୀ ସାହୁ, ବିଜୟ କୁମାର ମହାନ୍ତି ଜିଲ୍ଲା କର୍ଡିନେଟର ବଦ୍ରିନାରାୟଣ ମିଶ୍ରଙ୍କ ତତ୍ତ୍ଵାବଧାନରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ସେହି ଭଳି ଆଦିବାସଅଧ୍ୟୁଷିତ ଗୁମ୍ମା ବ୍ଲକର କୃଷ୍ଣଚନ୍ଦ୍ର ପୁର ଗ୍ରାମ ଠାରେ ଥିବା ସରକାରୀ ଆଇ.ଟି.ଆଇ ଶିକ୍ଷା କେନ୍ଦ୍ର ପରିସରରେ ବିଶ୍ଵ ଯୁବ ଦକ୍ଷତା ଦିବସ ପାଳିତ ହୋଇ ଯାଇଛି l

ଏହି ବିଶ୍ଵ ଦକ୍ଷତା ଦିବସ ପାଳନ ଅବସରରେ ଆଇ ଟିଆଇ ଛାତ୍ର ମାନେ ଫ୍ଲାକାର୍ଡ ହାତରେ ଧରି ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ l ଏହି ଆଇଟିଆଇ ଶିକ୍ଷା କେନ୍ଦ୍ରରେ ଫିଟର, ୱେଲ୍ଡର, ମୋଟରମେକାନିକାଲ,କମ୍ପ୍ୟୁଟର ଓ ଡିଜିଟାଲ ଶିକ୍ଷା ଦୁଇ ବର୍ ବୁତାଲିମ ସୁଯୋଗ ମିଳିଥାଏ l ବିଶେଷ କରି ଆଦିବାସୀ, ହରିଜନ ଏବଂ ଓବିସି ମାନଙ୍କ ପାଇଁ ୧୦ମ ଶ୍ରେଣୀ ପାସ ଯୁକ୍ତ୨, ଯୁକ୍ତ ୩ଯାଏ ଛାତ୍ର ଛାତ୍ରୀ ଗ୍ରହଣ କରାଯାଏ ଯୁବତୀ ମାନଙ୍କ ପାଇଁ ଯୋଇନିଂ ଫିଜ ମାଗଣା ହୋଇଥିବା ବେଳେ ଯୁବକ ମାନଙ୍କ ପାଇଁ ସୁଦକ୍ଷ ସ୍କୋଲାରସିପ ସହିତ ରହିବା ଖାଇବା ଓ ପୋଷାକ ମାଗଣା ଦିଆଯିବ ବଲି କହିଥିଲେ l

ଏମାନଙ୍କ ସହିତ କଲେଜର ଟ୍ରେନିଂ ଅଧିକାରୀ ସହଦେବ ନାୟକ , ପ୍ରଶାନ୍ତ ମହାନ୍ତି , ରାମଚନ୍ଦ୍ର ପଣ୍ଡାସୁମନ୍ତ ଦାସ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସେହିଭଳି ଚନ୍ଦ୍ରଗିରି ଠାରେ ଆଇ ଟି ଆଇ ସ୍କୁଲ ପରିସରରେ ମଧ୍ୟ ବିଶ୍ଵଯୁବ ଦକ୍ଷତା ଦିବସ ପାଳିତ ହୋଇ ଯାଇଛି l ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ଶ୍ରୀମତୀ ଭୁବନେଶ୍ଵରୀ ସାହୁ, ବିଜୟ କୁମାର ମହାନ୍ତି ପରିଚାଳନା କରିଥିଲେ

Exit mobile version