ବାଲିଟ୍ରକ ସହ ଦୁଇ ବାଇକ ମୁହାଁମୁହିଁ ଧକ୍କା, ୩ ମୃତ ଦୁଇ ଗୁରୁତର

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

କଟକ ଜିଲ୍ଲା ନରସିଂହପୁର ,ରିପୋର୍ଟ / ଲଷ୍ମୀଧର ଖୁଣ୍ଟିଆ (ଓଡିଶା ତାଜା ନ୍ୟୁଜ୍‌ )୨୧ ମଇ,ଗୁରୁବାର : – କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କମଳାଦେଇପୁର ଛକ ରାସ୍ତାରେ ଗାଡି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତିହେଇଥିବା ସୂଚନା । ଖବର ଅନୁଯାଇ ଏହି ରାସ୍ତାରେ ଏକ ବାଲି ବୋଝେଇ ଟ୍ରକ ଆସୁଥିବାବେଳେ ତା ପଛରୁ ଏକ ବୁଲେଟ ବାଇକରେ ଲେହେଙ୍ଗରୁ ନୁଖାପଡ଼ା ଛକକୁ ତିନି ଜଣ ଆସୁଥିଲେ।

ଉକ୍ତ ସମୟରେ କମଳାଦେଇପୁର ଛକ ରାସ୍ତାରେ ପଦ୍ମପୁର ଗ୍ରାମର ଦୁଇ ଜଣ ଯୁବକ ବାଇକ୍ରେ ମୁଖ୍ୟ ରାସ୍ତାକୁ ବାହାରି ଅସୁଥିବାବେଳ ବେଳେ ଦ୍ରୁତ ଗତିରେ ଯାଉଥିବା ଟ୍ରକ୍ ସହ ବୁଲେଟ୍ ଆରୋହୀ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ବାଇକରେ ଆସୁଥିବା ଦୁଇ ଜଣଙ୍କ ସମେତ ଜଣେ ବୁଲେଟ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ଗୁରୁତର ଦୁଇ ଜଣଙ୍କୁ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଚଳାଇଥିବା ଜଣାଯାଇଛି, ।

Exit mobile version