ଓଡ଼ିଶା ତାଜା ନ୍ୟୁଜ୍/୧୫ ଜୁଲାଇ ଶୁକ୍ରବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗାତେରୀ ପଞ୍ଚାୟତ ରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ପ୍ରମୋଦ କୁମାର ନାୟକ, ତହସିଲଦାର ପ୍ରଳୟା ନନ୍ଦ ଶତପଥୀ, ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ବନାଞ୍ଚଳ ଅଧିକାରୀ ଅମ୍ରିତ କୁମାର ସାହୁ, ସେବା ସମବାୟ ବ୍ୟାଙ୍କ୍ ମ୍ୟାନେଜର ସରୋଜ ସାହାଣୀ, ସରପଞ୍ଚ ସସ୍ମିତା ସାହାଣୀ, ସମିତି ସଭ୍ୟା ହରିପ୍ରିୟା ଦାସ ,
ନାଏବ ସରପଞ୍ଚ ପ୍ରଶାନ୍ତ ଗନ୍ତାୟତ ଏବଂ ଗାତେରୀ ୟୁଥ୍ କ୍ଲବ୍ ର ସମସ୍ତ ସଦସ୍ୟ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଗାତେରୀ ଗେଟ୍ ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ର ଉଭୟ ପାର୍ଶ୍ଵରେ ବୃକ୍ଷ ରୋପଣ କରାଯାଇଥିଲା । ସରପଞ୍ଚ ସସ୍ମିତା ସାହାଣୀ ଙ୍କ ପ୍ରଚେଷ୍ଟା ଯୋଗୁଁ ଗାତେରୀ ପଞ୍ଚାୟତ ରେ ପ୍ରତ୍ୟେକ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହେଉଥିବାରୁ ଜନ ସାଧାରଣ ପ୍ରଶଂସା କରିଛନ୍ତି ।
