ପାରଳାଖେମୁଣ୍ଡି ଜଳ ଛାୟା ପ୍ରୋକଳ୍ପ : ଜାତୀୟ ମତ୍ସ୍ୟ ଚାଷ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍/୧୪,ଜୁଲାଇ , ଗୁରୁବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କନଫେରାନ୍ସ ହଲ ଠାରେ ଜାତୀୟ ମତ୍ସ୍ୟ ଚାଷ ଦିବସ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା,ମତ୍ସ୍ୟ ଅଧିକାରୀଣୀ ଲିସା ବେହେରା, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ, ସହକାରୀ ଉଦ୍ୟାନ ଉପ ନିର୍ଦ୍ଦେଶକ,ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଳକର ବିଭାଗୀୟ ମତ୍ସ୍ୟ ସଂପ୍ରସାରଣ ଅଧିକାରୀ, ମତ୍ସ୍ୟ ଚାଷି,ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରମୁଖ ଉପସ୍ଥିତ ଥିଲେ । ଜାତୀୟ ମତ୍ସ୍ୟ ଦିବସ ଓ ଆଭିମୁଖ୍ୟ ଉପରେ ଅତିଥି ମାନେ ନିଜର ମତ ପ୍ରକାଶ କରିଥିଲେ ।

ମତ୍ସ୍ୟ ଚାଷ ଦ୍ଵାରା କିପରି ମତ୍ସ୍ୟଚାଷି କିଭଳି ସ୍ୱାବଲମ୍ବୀ ହୋଇ ପାରିବ ଏବଂ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହୋଇ ପାରିବ ତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କିପରି ମତ୍ସ୍ୟ ଚାଷ କରି ଆତ୍ମ ନିର୍ଭରଶୀଳ ହେବା ସଙ୍ଗେ କିପରି ପରିବାର ପ୍ରତିପୋଷଣ କରି ପାରିବ,ସମାଜର ମୁଖ୍ୟ ସ୍ରୋତରେ ଆସି ପାରିବେ ତା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷ କିପରି ତୃଣମୂଳ ସ୍ତରରେ ସଚେତନତା କରାଇ ମତ୍ସ୍ୟ ଚାଷ ଉପରେ ଫୋକୋଷ କରାଇଲେ । ସରକାର ଙ୍କ ଯୋଜନା ସଫଳ ରୂପାୟନ ହୋଇ ପାରିବ ବୋଲି ଆଶା କରାଯାଉଛି ।

ମତ୍ସ୍ୟ ବିଭାଗ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ରେ ଗଣ ମାଧ୍ୟମକୁ ସୂଚନା ନ ଦେବାରୁ ସରକାର ଙ୍କ ଯୋଜନାର ପ୍ରଚାର ପ୍ରସାର ହୋଇ ପାରୁ ନାହିଁ । ସରକାର ଏ ପଟେ ତୃଣମୂଳ ସ୍ତରରେ ଗଣ ମାଧ୍ୟମକୁ ପ୍ରଚାର ପ୍ରସାର ସକାଶେ ଧ୍ୟାନ ଦେଉଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଗଣ ମାଧ୍ୟମକୁ ଅଣ ଦେଖା କରୁଥିବାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଗୁରୁତ୍ୱ ଦେଲେ ମତ୍ସ୍ୟ ବିଭାଗର ପ୍ରଚାର ପ୍ରସାର ହେବା ସଙ୍ଗେ ସରକାରଙ୍କ ଲୋକାଭିମୁଖୀ ଯୋଜନା ସଫଳ ରୂପାୟନ ହୋଇ ପାରିବ ।

Exit mobile version