ବେଙ୍ଗାଲୁରୁରେ ବିଶ୍ଵ ରସଗୋଲା ଦିବସ ପାଳନ

ଓଡ଼ିଶା ତାଜା ନ୍ୟୁଜ୍/୧୩,ଜୁଲାଇ ,ବୁଧ ବାର/ବେଙ୍ଗାଲୁରୁ :- ବେଙ୍ଗାଲୁରୁର ଆଗରା ଗୋଲେଇରେ ଥିବା ୫୬ ଭୋଗ ଦୋକାନ ତରଫରୁ ବିଶ୍ଵ ରସଗୋଲା ଦିବସ ପାଳନ କରାଯାଇଛି । ଏହି ଅବସରରେ ପାହାଳ, ଗୁଡ଼ ଏବଂ ଧଳା ଆଦି କିସମର ୨୦୦୦ଟି ରସଗୋଲା ପ୍ରସ୍ତୁତ କରାଯାଇ ଆମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ବିତରଣ କରାଯାଇଥିଲା ।

ଉପସ୍ଥିତ ଶତାଧିକ ଖାଦ୍ୟପ୍ରେମୀ ଆଗନ୍ତୁକ ଏହି ସ୍ଵାଦିଷ୍ଟ ରସଗୋଲା ଗୁଡ଼ିକୁ ମନଭରି ଆହାର ଓ ଉପଭୋଗ କରିବା ସହିତ, ଏହାର ଉଚ୍ଚ ଗୁଣାତ୍ମକମାନକୁ ଭୂରୀଭୂରୀ ପ୍ରଶଂସା କରିଥିଲେ । ୫୬ ଭୋଗ ତରଫରୁ ବେଙ୍ଗାଲୁରୁ ମହାନଗରରେ ଓଡ଼ିଶାର ପାରମ୍ପାରିକ ଭୋଜନକୁ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବା ପାଇଁ ଏହିପରି ଉଦ୍ୟମ ଆଗକୁ ଜାରି ରହିବ ବୋଲି ଏହାର ପ୍ରତିଷ୍ଠାତା ହରପ୍ରସାଦ ମହାପାତ୍ର ପ୍ରକାଶ କରିଛନ୍ତି ।

Exit mobile version