
ଓଡ଼ିଶା ତାଜା ନ୍ୟୁଜ୍/୧୩,ଜୁଲାଇ ,ବୁଧ ବାର/ମାସାଚ୍ୟୁଟସ :- ଆମେରିକାର ମାସାଚ୍ୟୁଟସ ଠାରେ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା, ବାହୁଡା଼ ପର୍ବ, ସୁନାବେଶ ଏବଂ ନୀଳାଦ୍ରି ବିଜେ ଆଦି ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ନିଉ ଇଂଲଣ୍ଡ ନିବାସୀ ଓଡ଼ିଆ ସମ୍ପ୍ରଦାୟ ଏବଂ ନିଉ ଇଂଲଣ୍ଡ ଶିରିଡ଼ି ସାଇ ପରିବାରର ମିଳିତ ସହଯୋଗରେ ଏହି ମହୋତ୍ସବ ଆୟୋଜନ କରାଯାଇଥିଲା। ଏହି ଉପଲକ୍ଷେ ଗ୍ରେଟର ବୋଷ୍ଟନର ଗ୍ରୋଟନସ୍ଥିତ ୯୯ନଂ ଶିରିଡ଼ି ୱେ ଠାରେ ଅବସ୍ଥିତ ନିଉ ଇଂଲଣ୍ଡ ଶିରିଡ଼ି ସାଇ ମନ୍ଦିରରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କ ସାମ୍ନାରେ ମୁଖ୍ୟ ପୂଜାରୀ ପବନ ଆଚାର୍ଯ୍ୟଙ୍କ ଦ୍ଵାରା ସ୍ବତନ୍ତ୍ର ପୂଜାର୍ଚ୍ଚନା ଏବଂ ନୀତିକାନ୍ତି ଧାର୍ମିକ ବିଧି ଅନୁଯାୟୀ ସମ୍ପନ୍ନ କରାଯାଇଥିଲା।

