ଓଡ଼ିଶାରେ କଂସା, ପିତଳ ଶାଳ ବନ୍ଦହେବାକୁ ଯାଉଛି : ମିଳୁନି କଞ୍ଚାମାଲ

କଞ୍ଚାମାଲ ଅଭାବରୁ ବନ୍ଦହେବାକୁ ଯାଉଛି : ଓଡ଼ିଶାରେ କଂଶାରି ଶାଳ 

ଓଡ଼ିଶା ତାଜା ନ୍ୟୁଜ୍/୧୩,ଜୁଲାଇ ,ବୁଧ ବାର/ଭୁବନେଶ୍ୱର :-  ଗଂଜାମ ଜିଲ୍ଲା ଧରାକୋଟ ବ୍ଲକର ଜଗମୋହନ ଗ୍ରାମର କଂସା, ଧରାକୋଟ ବ୍ଲକର ଜଗମୋହନ ଗ୍ରାମର କଂସା, ପିତଳ କାମର ବେଶ ଚାହିଦା ସବୁଠି ରହିଛି । ଗ୍ରାମରେ ବସବାସ କରୁଥିବା ୪୫୦ ଗୋଟି ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରୁ ୧୫୦ ଗୋଟି ପରିବାର କଂସାରି ସମ୍ପ୍ରଦାୟର । ଗ୍ରାମରେ ୧୦୦ ଗୋଟି ପଞ୍ଜୀକୃତ ଶାଳ ମଧ୍ୟରୁ ବର୍ତ୍ତମାନ କଞ୍ଚାମାଲ ଅଭାବରୁ ୩୫ ଗୋଟି ଶାଳ ବନ୍ଦ ହୋଇ ୬୫ ଟି ଶାଳ ଚାଲୁଛି । ଏଣୁ ଏହି ସମ୍ପ୍ରଦାୟର ଅଧିକାଂଶ ପରିବାର କୌଳିକ ବୃତ୍ତି କୁ ଆପଣାଇ ପରିବାର ଚଳାଉଛନ୍ତି । ଗତ ୧୯୬୪ ମସିହାରୁ ୧୯୭୩ ମସିହା ପର୍ଯ୍ୟନ୍ତ ସରକାର ସୁଲଭ ମୂଲ୍ୟରେ କଞ୍ଚାମାଲ ଯୋଗାଇ ଦେଉଥିଲେ ।

ଏଣୁ ଅଧିକାଂଶ ପରିବାର ଭଲ ରୋଜଗାକ୍ଷମ ହୋଇ ରିବାର ପ୍ରତିୋଷଣ କରୁଥିଲେ । ବର୍ତ୍ତମାନ କଞ୍ଚାମାଲ ଯୋଗାଣ ବନ୍ଦ ହୋଇଯିବାରୁ ଏବେ ବ୍ରହ୍ମପୁର, ବେଲଗୁଣ୍ଠା, ଭଞ୍ଜନଗର, ବଳକାଟି ଓ ରଥିଯେମାର ମହାଜନ ଠାରୁ ଅଧିକ ମୂଲ୍ୟ ଦେଇ କଞ୍ଚାମାଲ ଆଣିବାକୁ ପଡୁଛି । ଏଣୁ ନିର୍ମାଣ ଥିବାବେଳେ ଅନ୍ୟମାନେ କୃଷି, ବ୍ୟବସାୟ ଏବଂ ଦାଦନ ଖଟି ସାମଗ୍ରୀର ମୂଲ୍ୟବୃଦ୍ଧି ହେବାସହ ଗ୍ରାହକ ସଂଖ୍ୟା କମୁଛି । ଯାହ ଫଳରେ କି, ୧୫ ଦିନ ଶାଳ ଚାଲିଲେ ୧୫ ଦିନ ବନ୍ଦ ରହୁଛି । ୨୬୦ ଟଙ୍କାରୁ ୪୫୦ ଟଙ୍କା ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଶାଳରେ କାମକରି ପାଇଥାଏ । ସବୁଦିନ କାମ ନମିଳିବାରୁ କେତେକ ଶାଳ ବନ୍ଦ ରହିଥିବାବେଳେ କେତେକ ପରିବାର ଏହି କଂଶାରୀ କାମ ଛାଡି ଅନ୍ୟ ବୃତିକୁ ଆପଣାଇ ଚାଲିଛନ୍ତି ।

ଏଠାକାର କଂସାରୀ ଶାଳରେ ହାଣ୍ଡି, ମାଠିଆ, ଥାଳି, ଚଢ଼ୁଆ, ଗିନା, ଫୁଲତୋଡ଼ା, ଖଟୁଳି ସହ ଠାକୁରଙ୍କ ନାଗ, ପ୍ରଭା, ସିଂହାସନ, ହାତ, ଗୋଡ଼,ଶଙ୍ଖ, ଚକ୍ର, ଗଦା, ପଦ୍ମ ଭଳି ସାମଗ୍ରୀ ତିଆରି ହେଉଛି । ଏସବୁ ବ୍ରହ୍ମପୁର, ଆସିକା, କବିସୂର୍ଯ୍ୟ ନଗର, ଭଞ୍ଜନଗର ବଜାରକୁ ବିକ୍ରି ପାଇଁ ପଠା ଯାଉଛି । ଅନ୍ୟାନ୍ୟ ଗ୍ରାମରୁ ଆସୁଥିବା ଠାକୁରଙ୍କ ପାଇଁ ସାମଗ୍ରୀ ଅର୍ଡର ଅନୁସାରେ ୋଗାଇ ଦିଆ ଉଛି । ହେଲେ କଞ୍ଚାମାଲ ନମିଳିବାରୁ ଗାଁ, ଗାଁ ରୁ ପୁରୁଣା ବାସନ କୁସନ କିଣି ଶାଳ ଚଳାଇବାକୁ ପଡୁଛି । ଏବେ ଶ୍ରମିକଙ୍କୁ ଉପଯୁକ୍ତ କାମ ମିଳୁନି । ଶାଳ ସଂଖ୍ୟା ଦିନକୁ ଦିନ କମୁଛି । ଏଣୁ ସରକାର ଏ ଦିଗରେ ଦୃଷ୍ଟଦେଇ କଞ୍ଚାମାଲ ଯୋଗାଇ ଦେବାକୁ ଗ୍ରାମର ପ୍ରକାଶ ସାହୁ, ପ୍ରଫୁଲ୍ଲ ମହାରଣା, ଜୟ କୃଷ୍ଣ ମହାରଣା ଓ ଭାସ୍କର ସାହୁ ପ୍ରମୁଖ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

Exit mobile version