ପ୍ରତାରଣ ପ୍ରତିଶ୍ରୁତି ଓ ପ୍ରଚାରସର୍ବସ୍ୱ ସରକାରର ସମୟ ସରିଆସିଲାଣି – ଶରତ ପଟ୍ଟନାୟକ କଂଗ୍ରେସ ସରକାର ଆସିଲେ ରାଜ୍ୟର ପ୍ରଗତି ନିଶ୍ଚିତ ହେବ ।

ଓଡ଼ିଶା ତାଜା ନ୍ୟୁଜ୍/୧୩,ଜୁଲାଇ ,ବୁଧ ବାର/ଭୁବନେଶ୍ୱର :- ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରାମ ଗତ ଜୁନ ୨୭ ତାରିଖରୁ ଭଦ୍ରକ ଜିଲ୍ଲାର ଇରମ ଠାରୁ ଆରମ୍ଭ ହୋଇଥିବା ଜନସଂପର୍କ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ଆଜି ସଇଁତଳାର ହାଟପଦା ଠାରେ ଅନୁଷ୍ଠିତ ଜନ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପଟ୍ଟନାୟକ ଯୋଗଦେଇ ଗତ ୨୨ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ବିଜେଡ଼ି ସରକାର ଏବଂ ୯ବର୍ଷ ଧରି କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାର ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ପୁରଣ କରିବାରେ ବିଫଳ ବୋଲି କହିଛନ୍ତି । ନବୀନ ଓ ମୋଦି ଏକ ମୁଦ୍ରାର ଦୁଇଟି ପାଶ୍ୱର୍ । ରାଜଧାନୀରେ କଳି ଦିଲ୍ଲୀରେ କୋଳାକୋଳି ।
