ପ୍ରଦୀପ କୁମାର ରଥଙ୍କ ଆତ୍ମ ଜୀବନୀ ‘ଥ୍ରୁ ରେନ୍‍ସ ଆଣ୍ଡ ସନ୍‍ସାଇନ୍’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଓଡ଼ିଶା ତାଜା ନ୍ୟୁଜ୍/୧୩,ଜୁଲାଇ ,ବୁଧ ବାର/ଭୁବନେଶ୍ୱର :–  ବିଶିଷ୍ଟ ସାହିତ୍ୟିକ ତଥା ଅବସରପ୍ରାପ୍ତ ପ୍ରଶାସକ ପ୍ରଦୀପ କୁମାର ରଥଙ୍କ ଆତ୍ମ ଜୀବନୀ ‘ ଥ୍ରୁ ରେନ୍‍ସ ଆଣ୍ଡ ସନ୍‍ସାଇନ- ଷ୍ଟୋରି ଅଫ୍‍ ଏ ସିଭିଲ ସର୍ଭାଣ୍ଟ୍‍’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।

ରାଜଭବନରେ ପୁସ୍ତକକୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଲେଖକ ଶ୍ରୀ ରଥଙ୍କ ଦୀର୍ଘ ସାରସ୍ୱତ ଯାତ୍ରା କାମନା କରିବା ସହିତ ତାଙ୍କ ଅନୁଭୂତି ଓ ଉପଲବ୍ଧି ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିବ ବୋଲି ଆଶା ବ୍ୟକ୍ତ କରିଥିଲେ । ଉନ୍ମୋଚନ ଉତ୍ସବରେ ଲେଖକଙ୍କ ଧର୍ମ ପତ୍ନୀ ‌‌‌‌‌‌‌‌‌‌‌‌‌‌‌‌‌‌ପ୍ରତିମା ମିଶ୍ର, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, କବି ରକ୍ଷକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version