ଜିଲ୍ଲା ସ୍ତରୀୟ କୃଷକ ଉତ୍ପାଦକ ସଙ୍ଘ ର ବୈଠକ

ଓଡ଼ିଶା ତାଜା ନ୍ୟୁଜ୍/୧୩,ଜୁଲାଇ ,ବୁଧ ବାର/ବରଗଡ଼ :- ସ୍ଥାନୀୟ ଜ଼ିଲ୍ଲା ଜଳଛାୟା ପ୍ରକଳ୍ପ ସମ୍ମିଳନୀ କକ୍ଷରେ ଆଜି ନାବାର୍ଡ ବରଗଡ଼ ଓ ମହାଶକ୍ତି ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ କୃଷକ ଉତ୍ପାଦକ ସଙ୍ଘ ର ବୈଠକ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ବୈଠକରେ ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ମହାରଣା, ଜିଲ୍ଲା ବିକାଶ ପ୍ରବନ୍ଧକ ନାବାର୍ଡ ହଟକିଶୋର ବେହେରା,ଡ଼ ନୃସିଂହ ଚରଣ ବାରିକ ମୁଖ୍ୟ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର, ଗମ୍ଭାରୀପାଲିର ଗୋବିନ୍ଦ ଚନ୍ଦ୍ର ପଣ୍ଡା ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ,ଭୀମସେନ ସେଠି ଜଳ ଛାୟା ପ୍ରକଳ୍ପ ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଣ୍ଣୟ କୁମାର, ମତ୍ସ୍ୟ ବିଭାଗ ଅଧିକାରୀ ଯୋଗଦାନ କରିଥିଲେ l

ଏଥିରେ ରେ ନାବାର୍ଡ ପକ୍ଷରୁ ଗଠନ ହୋଇଥିବା ଚାରିଗୋଟି କୃଷକ ଉତ୍ପାଦକ ସଙ୍ଘ ର ନିର୍ଦ୍ଦେଶକ ମାନେ ଯୋଗଦାନ କରିଥିଲେ l ମହାଶକ୍ତି ଫାଉଣ୍ଡେସନ ର ହୃଷିକେଶ ସାହୁ କୃଷକ ଉତ୍ପାଦକ ସଙ୍ଘ ର ନିର୍ଦ୍ଦେଶକ ମାନଙ୍କୁ ବିଭିନ୍ନ ଉତ୍ପାଦନ ସଂପର୍କ ରେ ପରାମର୍ଶ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ କୁ ମିହିର ରଞ୍ଜନ ସାଗର ପରିଚାଳନା କରିଥିବା ବେଳେ ସୁବୋଧ କୁମାର ସହଯୋଗ କରିଥିଲେ l

Exit mobile version