ପାରଳାଖେମୁଣ୍ଡି ସ୍ଥିତ ୟୁନିଅନ ବ୍ୟାଙ୍କ୍ ଦ୍ଵାରା ପରିଚାଳିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଏଲ ଏମ ଭି ଡ୍ରାଇଭର ଟ୍ରେନିଂ ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍/୧୩,ଜୁଲାଇ ,ବୁଧ ବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଅବସ୍ଥିତ ୟୁନିଅନ ବ୍ୟାଙ୍କ୍ ଦ୍ଵାରା ପରିଚାଳିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ଆଜି ମଙ୍ଗଳବାର ଠାରୁ ଏଲ୍ଏମଭି ଡ୍ରାଇଭର ଟ୍ରେନିଂ ଆରମ୍ଭ ହେଇଛି। ଏହି ଟ୍ରେନିଂ ଆଗାମୀ ୩୦ ଦିନ ଧରି ଚାଲିବ । ଆଜି ଉଦଘାଟନ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା ସଭାପତିତ୍ବ କରିଥିଲେ ।

ମୁଖ୍ୟଅତିଥି ଭାବେ ଜିଏମ୍ ଡିଆଇସି ସୁନାରାମ ସିଂହ ଏବଂ ସମ୍ମାନିତ ଅତିଥି ରୂପେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପରିଚାଳକ କିଶୋର ଚନ୍ଦ୍ର ନାଇକ ଯୋଗ ଦେଇଥିଲେ । ଅତିଥି ଏବଂ ନିର୍ଦ୍ଦେଶକ ପ୍ରତିଭାଗି ମାନଙ୍କୁ ଭାଷଣ ମାଧ୍ୟମରେ ସୁଚିନ୍ତିତ ପରାମର୍ଶ ଦେ଼ଇ ଉତ୍ତମ ଭାବେ ପ୍ରଶିକ୍ଷଣ ନେଇ ଉତ୍ତୋରତ୍ତର ଉନ୍ନତି କରିବାକୁ କହିଥିଲେ । ଅନୁଷ୍ଠାନର ପ୍ରାଧ୍ୟାପିକା ଦୀକ୍ଷାଶ୍ରୀ ମହାପାତ୍ର ସଭା ପରିଚାଳନା କରିଥିବା ବେଳେ, ବରିଷ୍ଠ ପ୍ରାଧ୍ୟାପକ ଦିଲ୍ଲୀପ କୁମାର ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୩୫ ଜଣ ପ୍ରଶିକ୍ଷଣ ନେଉଥିବାର ଆରସେଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Exit mobile version