Home ଓଡ଼ିଶା ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଠାରେ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସସିପି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍/୧୨ ଜୁଲାଇ ମଙ୍ଗଳବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରିର କାଲିଆପଟା ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଶିଳ୍ପ ତାଲିମ କେନ୍ଦ୍ର ଏବଂ ଗଜପତି ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସସିପ ମେଳା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ପ୍ରଧାନମନ୍ତ୍ରୀ ଦକ୍ଷତା ଇଣ୍ଡିଆ ମିଶନ ଅଧିନସ୍ଥ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗୀତା ମନ୍ତ୍ରଣାଳୟ ଆନ୍ତର୍ଗତରେ ଏହି ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସସିପ ମେଳା କା ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଇଟିଆଇ ପାସ-ଆଉଟ ଛାତ୍ରଛାତ୍ରୀ ମାନଙ୍କ ସମେତ ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ନିମନ୍ତେ ଆତ୍ମନିର୍ଭର ପାଇଁ ଅଧିକ ଆପ୍ରେଣ୍ଟିସସିପ ନିଯୁକ୍ତିର ସୁଯୋଗ ଉପଲବ୍ଧ କରାଇବା ନିମନ୍ତେ ଭାରତ ସରକାରଙ୍କ ପକ୍ଷରୁ ଏଭଳି ପ୍ରୟାସ କରା ଯାଇଥିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅବସରରେ ଗଜପତି ଜିଲ୍ଲାର ଚନ୍ଦ୍ରଗିରି , ରାୟଗଡ ଓ ଗୁମ୍ମା ଠାରେ ଥିବା ସରକାରୀ ଆଇଟିଆଇ (ଶିଳ୍ପ ତାଲିମ କେନ୍ଦ୍ର )ରେ ତାଲିମ ନେଇ ପାସ-ଆଉଟ ହୋଇଥିବା ଶତାଧିକ ଶିକ୍ଷିତ ଛାତ୍ରଛାତ୍ରୀ ବିଭିନ୍ନ କମ୍ପାନୀରେ ଇଲେକଟ୍ରିକାଲ , ୱେଲଡ଼ର , ଫିଟର ଓ ଏମଏମଭି ଟ୍ରେଡ଼ରେ ମୋଟ ୬୬ ଜଣ ଆପ୍ରେଣ୍ଟିସସିପ ଭିତ୍ତିକ ନିଯୁକ୍ତି ପାଇଁ ଦରଖାସ୍ତ କରି ନାମ ପଞ୍ଜିକରଣ କରିଥିଲେ । ଏହି ଅବସରରେ ବିଭିନ୍ନ ଟ୍ରେଡ଼ ପାଇଁ ଦରଖାସ୍ତ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପ୍ରାରମ୍ଭରେଶିଳ୍ପତାଲିମକେନ୍ଦ୍ରରୱାଇଡିଏମ- ଟାଟା ଷ୍ଟାଇଭ ଫେସିଲିଟେଟର ଶ୍ରୀ ସଂଜିତ କୁମାର ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ ଲାରିଥିଲେ । ଚନ୍ଦ୍ରଗିରି ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ଜଗଦିଶ ହାଇବ୍ରୁଙ୍କ ସଭାପତିତ୍ୱରେ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆପ୍ରେଣ୍ଟିସସିପି କଣ , ଏହାର ଆବଶ୍ୟକତା ଓ ଭବିଷ୍ୟତ ଉପକାରୀତା ଏବଂ ଏଥିରେ ରହିଥିବା ସୁବିଧା ସୁଯୋଗର ବିଭିନ୍ନ ଦିଗ ସମ୍ପର୍କରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓପିଟିସିଏଲ ଚନ୍ଦ୍ରଗିରିର ସହକାରୀ ଯନ୍ତ୍ରୀ ଶ୍ରୀ ଉମାକାନ୍ତ ଗୌଡ଼ , ଓପିଟିସିଏଲର ସହକାରୀ ପରିଚାଳକ ଶ୍ରୀ ପ୍ରଭାତ ପଟନାୟକ , ରାୟଗଡା ସ୍ଥିତ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ପ୍ରକାଶ ରଞ୍ଜନ ସୋରେନ , ଜିଲ୍ଲା ଶିଳ୍ପ କେନ୍ଦ୍ରର ମୁଖ୍ୟ ପରିଚାଳକ ଶ୍ରୀ ଏସ: ସୂନା ରାମ ସିଂହ , ପ୍ରମୁଖ ଯୋଗଦେଇ ଆଇଟିଆଇ ପାସ-ଆଉଟ ପରେ ଆପ୍ରେଣ୍ଟିସସିପ ନିଯୁକ୍ତିର ଆବଶ୍ୟକତା ଉପରେ କହି ଜୀବନରେ କିଛି ଯୋଜନା ବଦ୍ଧ ହୋଇ ନିଜର ଭବିଷ୍ୟତ ଗଢିବାକୁ ଆହ୍ବାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସନସାଇନ ହେଲଥ କେୟାର ସର୍ଭିସେସ , ଏସଆଇଏସ ସିକୁରିଟି , ରାୟମଣ୍ଡ ଗ୍ରୁପ , ଆରଏନଡି ସଫେଟେକ ପ୍ରାଇଭେଟ ଲିମିଟେଡ଼ , ହାଇଦ୍ରାବାଦ ସ୍ଥିତ ଉଷା ଇଣ୍ଟରନେସନେଲ ଲିମିଟେଡ଼, ରାନେ ମାଡ୍ରାସ ଲିମିଟେଡ଼ , ବିଷ୍ଣୁ କେମିକାଲ ଲିମିଟେଡ଼ , ଏମଏସ ଭେଲଜନ ଡେନିସନ ଲିମିଟେଡ଼ ସମେତ ମହେନ୍ଦ୍ରଗଡ଼ର ହିରୋ ମୋଟର୍ସ ଏବଂ ଓପିଟିସିଏଲ ପ୍ରମୁଖ ଯୋଗଦେଇ ସେମାନଙ୍କ ସଂସ୍ଥାର କାର୍ଯ୍ୟକ୍ରମ ଓ ସେଥିରେ ରହିଥିବା ନୀତିନିୟମ ଓ ସୁବିଧା ଏବଂ ଭବିଷ୍ୟତରେ ଏହୀ ଆପ୍ରେଣ୍ଟିସସିପ ନିଯୁକ୍ତିର ଅଭିଜ୍ଞତା ଓ ଅନୁଭୂତି ଦିଗରେ କିଭଳି ଉପକାରରେ ଆସିଥାଏ , ସେ ସମ୍ପର୍କରେ କହିଥିଲେ । ଏହି ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସସିପି ମେଳା ଗଜପତି ଜିଲ୍ଲାର ସେଞ୍ଚୁରିଅନ ୟୁନିଭରସିଟିର ଗ୍ରାମତରଙ୍ଗ ଏବଂ ଚନ୍ଦ୍ରଗିରି-କାଳିଆପଟା ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର(ଆଇଟିଆଇ ) ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୭ ଜଣ ଏମ୍ପ୍ଲୟାର୍ସ ଓ ମୋଟ ୧୨୯ ଜଣ ପାସ-ଆଉଟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ଚାଙ୍ଗଡା ଘରେ ରକ୍ତଛିଟା ମହାପ୍ରଭୁଙ୍କ ମହାସ୍ନାନ by Proprietor Abhimanyu Maharana May 11, 2026 ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana May 11, 2026 ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ସହଭାଗୀ କାହାଣୀ କଥନ ଜରିଆରେ ଏକ ମଜଭୁତ ନୂଆ ଅଧ୍ୟାୟକୁ ପ୍ରବେଶ କଲା by Proprietor Abhimanyu Maharana May 11, 2026 Russia’s Newfound Love in the Pink City & India’s Echo in the Northern Lights by Proprietor Abhimanyu Maharana May 11, 2026 ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ by Proprietor Abhimanyu Maharana May 11, 2026 ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ by Proprietor Abhimanyu Maharana May 11, 2026