Home ଓଡ଼ିଶା ଗୋଟିଏ ଦରମାରୁ କେତେ ଥର ଟ୍ୟାକ୍ସ ଦେବି : ଆଉ କାହିଁକି ଦେବି ..? by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍/୧୨ ଜୁଲାଇ ମଙ୍ଗଳବାର/ଭୁବନେଶ୍ୱର :- ମୁଁ ୩୦ ଦିନ କାମ କଲି ଦରମା ନେଲି- ଟ୍ୟାକ୍ସ ଦେଲି ମୋବାଇଲ କିଣିଲି – ଟ୍ୟାକ୍ସ ଦେଲି ରିଚାର୍ଜ୍ କଲି – ଟ୍ୟାକ୍ସ ଦେଲି ଡାଟା ନେଲି – ଟ୍ୟାକ୍ସ ଦେଲି ବିଜୁଳି ନେଲି – ଟ୍ୟାକ୍ସ ଦେଲି ଟିଭି, ଫ୍ରିଜ୍ କିଣିଲି – ଟ୍ୟାକ୍ସ ଦେଲି କାର କିଣିଲି – ଟ୍ୟାକ୍ସ ଦେଲି ପେଟ୍ରୋଲ କିଣିଲି – ଟ୍ୟାକ୍ସ ଦେଲି କାର ସର୍ଭିସ କଲି – ଟ୍ୟାକ୍ସ ଦେଲି ରାସ୍ତାରେ ଚଲାଇଲି – ଟ୍ୟାକ୍ସ ଦେଲି ରାସ୍ତାରେ ଟୋଲ ପଡ଼ିଲା – ଟ୍ୟାକ୍ସ ଦେଲି ଲାଇସେନ୍ସ କଲି – ଟ୍ୟାକ୍ସ ଦେଲି ରାସ୍ତାରେ ଭୁଲ କଲି – ଟ୍ୟାକ୍ସ ଦେଲି ରେଷ୍ଟୁରାଣ୍ଟ ରେ ଖାଇଲି – ଟ୍ୟାକ୍ସ ଦେଲି ମୁଢ଼ି ଖାଇଲି – ଟ୍ୟାକ୍ସ ଦେଲି ଶବ ଦାହ କରିବାକୁ ସ୍ମଶାନ ଗଲି – ଟ୍ୟାକ୍ସ ଦେଲି କାର ପାର୍କିଂ କଲି – ଟ୍ୟାକ୍ସ ଦେଲି ପାଣି କଣିଲି – ଟ୍ୟାକ୍ସ ଦେଲି ରାସନ୍ କିଣିଲି – ଟ୍ୟାକ୍ସ ଦେଲି ପିନ୍ଧିବାକୁ କପଡା କିଣିଲି – ଟ୍ୟାକ୍ସ ଦେଲି ଜୋତା କିଣିଲି – ଟ୍ୟାକ୍ସ ଦେଲି ବହି କିଣିଲି – ଟ୍ୟାକ୍ସ ଦେଲି ଔଷଧ କିଣିଲି – ଟ୍ୟାକ୍ସ ଦେଲି ଗ୍ୟାସ କିଣିଲି – ଟ୍ୟାକ୍ସ ଦେଲି ଆହୁରି ଏମିତି ଶହେ ପ୍ରକାର ଜିନିଷ କିଣିଲି ଆଉ ତା ଉପରେ ଟ୍ୟାକ୍ସ ଦେଲି । କେଉଁଠି ଫିସ,କେଉଁଠି ବିଲ,କେଉଁଠି ସୁଧ,କେଉଁଠି ଜୋରିମାନା ସହ କେଉଁଠି ଲାଞ୍ଚ ଆକାର ରେ ପଇସା ଦେଲି ଏହି ସବୁ ଦରମା ପରେ ଯଦି ଭୁଲ ରେ କିଛି ବଳି ବ୍ୟାଙ୍କ୍ ରେ କିଛି ଜମା ଟଙ୍କା ରହିଗଲା ତା ଉପରେ ବି ଟ୍ୟାକ୍ସ ଦେଲି । ଏତେ କଲା ପରେ ବି ସାମାଜିକ ସୁରକ୍ଷା ନାହିଁ,ସଡ଼କ ଖରାପ, ରାସ୍ତାରେ ଷେଣ୍ଢ,ଲାଇଟ୍ ଖରାପ,ପାଣି ଖରାପ,ପବନ ଖରାପ, ପରିବା କିଣିଲେ ବିଷାକ୍ତ ପରିବା ପାଇଲି,ମେଡିକାଲ ରେ ମାହାଙ୍ଗା ସେବା,ଆହୁରି ଆକସ୍ମିକ ବାତ୍ୟା,ବନ୍ୟାରେ ଖର୍ଚ୍ଚ ଏହା ବାଦ ରେ ବି ସବୁଠି ଲାଇନ ଦେଲି । ସବୁ ପଇସା ଗଲା କେଉଁଠି ଭ୍ରଷ୍ଟାଚାର ର ନିର୍ବାଚନରେ ମଦ,ମାଂସ,୫୦୦ ଟଙ୍କା ବଣ୍ଟନ ରେ ଧନୀ ଙ୍କ ପାଇଁ ସବସିଡି ରେ ମାଲ୍ୟା ଭଳି ଲୋକଙ୍କୁ ବିଦା କରିବାରେ ଧନୀ ଲୋକଙ୍କୁ ମିଛରେ ଦେବାଳିଆ ଘୋଷଣାରେ ସ୍ଵିଶ ବ୍ୟାଙ୍କ୍ ରେ ନେତା ଙ୍କ ଘର ଆଉ କାର ରେ ବିଧାୟକ ଙ୍କୁ କିଣିବାରେ ଏବେ କାହାକୁ କହିବି କିଏ ଚୋର ବୋଲି । ଶେଷରେ ଆଉ ଏମିତି କେତେ ଦିନ ଦେଶବାସୀ ଘୋଷଡା ଜୀବନ ବିତାଇବା ଆଉ ଗଧ ଭଳି ଦେଶ ପାଇଁ ଖଟି ଚାଲିଥିବା ଆଉ ଆମ ପଇସା ରେ ସେମାନେ ରାଜା ଭଳି ଜୀବନ ଯାପନ କରି ଆମକୁ ତାଙ୍କ ଗୋଲାମ ଭଳି ବ୍ୟବହାର କରି ଚାଲିଥିବେ । ହଉ ଏମିତି ଚାଲୁ ଆମେ ଗାନ୍ଧୀ ଜି ଙ୍କ ତିନି ମାଙ୍କଡ ଭଳି ଚରିତ୍ର ରେ ଜୀବନ ଶେଷ କରିଦେବା କାରଣ ପରିବର୍ତ୍ତନ ର ଆଶା ର କିରଣ ଦେଖା ଯାଉନି କାରଣ ଏଠି ସମସ୍ତେ ଜଣେ ଜଣେ ଶାଗୁଣା ଆଉ କୁମ୍ଭୀର । Categories: ଓଡ଼ିଶା, ବାଣିଜ୍ୟ, ମହାନଗର, ରାଜନୀତି, ହୋମ୍ Related Content କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026 ବାତ୍ଯା ପବନ ଯୋଗୁ ବଡଦାଣ୍ଡରେ ପଡୁଛି ବ୍ଯାରିକେଡ by Proprietor Abhimanyu Maharana September 26, 2026