
ଓଡ଼ିଶା ତାଜା ନ୍ୟୁଜ୍/୧୨ ଜୁଲାଇ ମଙ୍ଗଳବାର/ଭୁବନେଶ୍ୱର :- ଦାରୁପ୍ରାପ୍ତି ସ୍ଥାନରେ ରଥଯାତ୍ରା ଉତ୍ସବ ଶେଷ ହୋଇଛି । ରଥରେ ନୀତି ପୂଜା ବିଦ୍ଧି ଅନୁଯାୟୀ ରଥଯାତ୍ରା, ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଓ ନିଳାଦ୍ରୀ ବିଜେ ସମାପନ ହୋଇଛି । ଚଳିତ ବର୍ଷ ମଧ୍ୟ ଘଂଟ ବାଦ୍ୟ ଓ ସଂକିର୍ତନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇଥିଲା । ଏହାପରେ ଭକ୍ତ ମାନସ ରଞ୍ଜନ ପଟ୍ଟନାୟକ ଛେରା ପହଁରା କରିଥିଲେ । ଏହା ପରେ ପାରମ୍ପରିକ ରୀତି ନୀତି ରଥରେ ପୂଜା କରାଯାଇ ଶ୍ରଦ୍ଧାଳୁମାନେ ରଥ ଟାଣିଥିଲେ । ଭକ୍ତମାନେ ରଥକୁ ଟାଣି ଟାଣି ନିକଟରେ ଥିବା ମାଉସୀ’ମା ମନ୍ଦିର (ମହାବୀର ମନ୍ଦିର) ନିକଟକୁ ଯାଇଥିଲା । ଏହି ଅବସରରେ ଦାରୁ କ୍ଷେତ୍ରରେ ଦାରୁ ଦେବତା ପୁସ୍ତକ ଉନ୍ମୋଚିତ ହୋଇଥିଲା ।

