ଓଡ଼ିଶା ତାଜା ନ୍ୟୁଜ୍/୧୨ ଜୁଲାଇ ମଙ୍ଗଳବାର/ବୈପାରିଗୁଡା :- ସାରା ରାଜ୍ୟରେ ଲାଗି ରହିଥିବା ଲଘୁଚାପ ବର୍ଷାର ପ୍ରବାହରେ ବର୍ଷା ହେଉଥିବା ବେଳେ ବୈପାରିଗୁଡା ବ୍ଲକରେ ମଧ୍ୟ କିଛି ଦିନ ହେବ ପ୍ରବଳ ବର୍ଷା ହେଉଛି ତ କେତେ ବେଳେ ଝିପି ଝିପି ବର୍ଷା ହେଉଥିବା ଫଳରେ ରାସ୍ତା କଡରେ ଥିବା ଗଛ ଗୁଡିକ ଉପୁଡି ପଡିଥିବାର ସୂଚନା ମିଳିଛି । ବୈପାରିଗୁଡା ବ୍ଲକରେ ଥିବା ଦକ୍ଷିଣ ଓଡିଶାର ପ୍ରମୁଖ ଶୈବପୀଠ ବାବା ଗୁପ୍ତେଶ୍ୱର ଯିବା ରାସ୍ତାରେ ଏକ ବିରାଟ ଗଛ ପଡି ରାସ୍ତା ଅବରୋଧ କରିଥିବାର ଆଜି ଦେଖିବାକୁ ମିଳିଛି ।

ତେବେ ଗଛ ପଡିବା ପରେ ସ୍ଥାନୀୟ କିଛି ଲୋକ ଗଛ କାଟି ରାସ୍ତା ସଫା କରିଥିବାର ବୋଲି ଶୁଣିବାକୁ ମିଳିଛି । ତେବେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଗଛ ପଡି ରାସ୍ତା ଅବରୋଧ ହୋଇଥିବାର ଅନୁମାନ କରାଯାଉଛି । ଦୁଇ ରୁ ତିନି ଦିନତମାମ ବୈପାରିଗୁଡା ଓ ଏହାର ଆଖପାଖ ଅଂଚଳରେ ବର୍ଷା ଲାଗି ରହିଥିବା ସାଙ୍ଗକୁ ରାତ୍ରି ସମୟରେ ମୂଷଳ ଧାରାରେ ବର୍ଷା ହେବା ଯୋଗୁଁ ବିଭିନ୍ନ ଜଙ୍ଗଲ ପାହାଡ ଉପରୁ ବର୍ଷା ପାଣି ତଳକୁ ଆସି ରାସ୍ତାରେ ଜମି ରହିବା ଫଳରେ ଗଛ ପଡି ଯାତାୟାତରେ ଅସୁବିଧା ଦେଖାଯାଇଛି ।
