
ଓଡ଼ିଶା ତାଜା ନ୍ୟୁଜ୍/୧୧ ଜୁଲାଇ ସୋମବାର/ବାଲିଗୁଡା :- ସ୍କୁଲ ହତା ମଧ୍ୟକୁ ସାମ୍ବାଦିକ ଙ୍କୁ ମନା l ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହେବାପରେ ସାମ୍ବାଦିକଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ପ୍ରତି ଏହା ଅସମ୍ମାନ ଏଣୁ ଏହାକୁ ତିବ୍ର ନିନ୍ଦା କରାଯାଇଛି l ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ଦାସ ଗଣ ମାଧ୍ୟମ ରେ ଅରୁଚିକର ମନ୍ତବ୍ୟର ପ୍ରତିବାଦ ଓ ସରକାରୀ ନିୟମ କୁ ଅତିଶୀଘ୍ର ପ୍ରତ୍ୟାହୃତ ଦାବୀ ନେଇ ବାଲିଗୁଡା ପ୍ରେସ କ୍ଲବ ପକ୍ଷରୁ ପିଡବ୍ଲୁଡି ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ଥାନୀୟ ଉପ ଜ଼ିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କ ନିକଟକୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି l

