ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ସମାବେଶ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍/୧୧ ଜୁଲାଇ ସୋମବାର/ନୟାଗଡ଼ :- ରବିବାରଠୁ ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତି ଉତ୍ସବ ଆରମ୍ଭ ହୋଇଛି। ପୁରାତନ ଛାତ୍ରଛାତ୍ରୀ ଏବଂ କଲେଜର ପୁରାତନ କର୍ମଚାରୀଙ୍କୁ ନେଇ ଏହି ଉତ୍ସବ ପାଳିତ ହୋଇଛି। ଏଥିରେ ଶହଶହ ସଂଖ୍ୟାରେ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ସହିତ ଅବସରପ୍ରାପ୍ତ କର୍ମଚାରୀମାନେ ଯୋଗଦେଇଥିଲେ।ଆୟୋଜିତ ସଭାରେ ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ମୂଖ୍ୟ ଅତିଥିଭାବେ ଯୋଗଦେଇଥିଲେ।

Exit mobile version