odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
ହିଞ୍ଜିଳିକାଟୁ,ରିପୋର୍ଟ /ଶେଷଦେବ ସାହୁ (ଓଡିଶା ତାଜା ନ୍ୟୁଜ୍ ) ୨୧ ମଇ,ଗୁରୁବାର : – ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଠୁରୁବୁରାଇ ପଞ୍ଚାୟତ ଅନ୍ତର୍ଗତ ଠୁରୁବୁରାଇ ସଙ୍ଘରୋଧ କେନ୍ଦ୍ରରେ ରହି ଆସୁଥିବା ଅନ୍ତେବାସୀଙ୍କୁ ବାସି ଦେଉଥିବା ତଥା ଖାଦ୍ୟରେ ହେରଫେର ନେଇ ତାତି ଉଠିଛନ୍ତି ପ୍ରବାସୀ ଓଡ଼ିଆ ମାନେ । ଏଥିସହ ଅନ୍ତେବାସୀ ମାନେ ବୁଧବାର ଦିନ ସକାଳେ ଏକତ୍ରିତ ହୋଇ ରାଜରାସ୍ତାକୁ ଓହ୍ଲାଇ ରାସ୍ତାରୋକ କରିବା ସହିତ ଆନ୍ଦୋଳନ କରିଥିବା ଜଣାପଡିଛି । ଘଟଣାସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଖବରନୁଯାୟୀ , ମେ ୩ ପରଠାରୁ ରାଜ୍ୟ ବାହାରୁ ବହୁ ପ୍ରବାସୀ ଓଡିଆମାନଙ୍କୁ ବ୍ଳକର ବିଭିନ୍ନ କୋଭିଡ ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଥିବା ବେଳେ ବ୍ଳକର ଠୁରୁବୁରାଇ ସଙ୍ଗରୋଧ କେନ୍ଦ୍ରରେ ୧୧୫ ଜଣ ସୁରତ ଫେରନ୍ତା ପ୍ରବାସୀଙ୍କୁ ରଖାଯାଇଥିଲା । ହେଲେ ସରକାରଙ୍କ ଘୋଷଣା ପ୍ରକାରେ ଅନ୍ତେବାସୀଙ୍କୁ ସମସ୍ତ ପ୍ରକାର ସୁବିଧା ଦେବାପାଇଁ ସ୍ଥାନୀୟ ପ୍ରଶାସନ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏଠାରେ କିନ୍ତୁ ଦାୟିତ୍ବରେ ଥିବା ସରପଞ୍ଚ ଓ ଶିକ୍ଷକ ମାନେ ପ୍ରବାସୀ ମାନଙ୍କୁ ଅଣଦେଖା କରିବା ସହ ଉତ୍ତମ ଖାଦ୍ୟ ନ ଦିଆଯିବା ଏବଂ ଅନ୍ୟାନ୍ୟ ସୁବିଧା ଦିଆଯାଉନଥିବା ଅଭିଯୋଗ କରିବା ସହିତ ରାଜରାସ୍ତାକୁ ଓହ୍ଲାଉଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଥାନା ଅଧିକାରୀ ଓ ବ୍ଳକ ପ୍ରଶାସନ ପହଞ୍ଚି ପ୍ରବାସୀ ମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝାସୁଝା କରିବା ପରେ ଶାନ୍ତ ପଡିଥିଲା । ପରେ ସେମାନଙ୍କୁ ଖାଇବା ନିମନ୍ତେ ଉତ୍ତମ ଖାଦ୍ୟ ଦିଆଯାଇଥିଲା ।
