ଗଜପତି ଜିଲ୍ଲା ମୋହନା ଥାନା ତରାମାଳ ଗ୍ରାମ ନିକଟରେ ଅଜଣା ଗାଡି ଧକ୍କାରେ : ବାଇକ ଚାଳକ ଗୁରୁତର

ଓଡ଼ିଶା ତାଜା ନ୍ୟୁଜ୍/୧୧ ଜୁଲାଇ ସୋମବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ତାରାମାଳ ଗ୍ରାମ ନିକଟରେ ସଡକ ଦୁର୍ଘଟଣା ଘଟିଛି । ଘଟଣାରୁ ପ୍ରକାଶ ଯେ, ଚନ୍ଦ୍ରଗିରି ପଞ୍ଚାୟତ ଅନ୍ତର୍ଗତ ପାଡି ଗ୍ରାମର ଦୁବା ଗୌଡ(୩୧) ନିଜ ବାଇକ ଯୋଗେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଥିବା ତାଙ୍କ ଶଶୁର ଘରକୁ ଯାଇଥିଲେ ।

ସେ ସେଠାରୁ ଫେରିବା ସମୟରେ ତାରାମାଳ ଗ୍ରାମ ନିକଟରେ ଏକ ଅଜଣାଗାଡି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାର ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ । ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ପ୍ରକାରେ ଧକ୍କା ଦେଇଥିବା ଗାଡିଟି ସ୍କର୍ପିଓ ଏବଂ ଦୁର୍ଘଟଣା ଘଟାଇ କେଉଁ ଆଡେ ଫେରାର ହୋଇଯାଛି । ସ୍ଥାନୀୟ ଲୋକେ ଗୁରୁତର ଦୁବାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚନ୍ଦ୍ରଗିରି ମେଡିକାଲକୁ ପାଠାଛନ୍ତି ।

Exit mobile version